August 20, 2026
Home » ମାଟ୍ରିକ ଟପ୍ପର ଏବଂ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ମାଟ୍ରିକ ଟପ୍ପର ଏବଂ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

0
WhatsApp Image 2026-05-29 at 8.45.12 PM (1)

ଜୀବନରେ ସଫଳତା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ୨୯ ମେ: ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ ଟପ୍ପର ମାନଙ୍କୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ପ୍ରକୃତ ସଫଳତା କେବଳ ଶିକ୍ଷାଗତ ଉତ୍କର୍ଷତାରେ ନୁହେଁ ବରଂ ସମାଜ ଏବଂ ମାନବ ସେବାରେ ରହିଛି ବୋଲି ମଧ୍ୟ କହିଛନ୍ତି । ଶୁକ୍ରବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲରେ ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ସିବିଏସଇ (CBSE) ଏବଂ ଆଇସିଏସଇ (ICSE) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ରେ ରାଜ୍ୟରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ନିମନ୍ତେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟପାଳ ଏହା କହିଛନ୍ତି । ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ I

ଏହି ଅବସରରେ କୃତୀ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଶ୍ରେଣୀଗୃହ ବାହାରେ ଥିବା ଦୁନିଆ ସୁଯୋଗ, ଦାୟିତ୍ୱ ଏବଂ ଆହ୍ୱାନରେ ପରିପୂର୍ଣ୍ଣ, ଯାହା ଜଣେ ବ୍ୟକ୍ତିର ଚରିତ୍ରକୁ ପରୀକ୍ଷା କରିଥାଏ। ଜୀବନ ଆପଣଙ୍କୁ କେବଳ ଆପଣ ରଖିଥିବା ମାର୍କ ଦ୍ୱାରା ମାପିବ ନାହିଁ, ବରଂ ଆପଣ ରଖିଥିବା ମୂଲ୍ୟବୋଧ, ଆପଣ ଦେଖାଉଥିବା କରୁଣା ଏବଂ ଅନ୍ୟର ଜୀବନରେ ରଖିଥିବା ସକାରାତ୍ମକ ପାର୍ଥକ୍ୟ ଦ୍ୱାରା ମାପିବ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ ।

କୃତିତ୍ୱ ହାସଲକାରୀମାନଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କ ସଫଳତା ସମର୍ପଣ, ଶୃଙ୍ଖଳା, ଦୃଢ଼ତା ଏବଂ ସାହସକୁ ପ୍ରତିଫଳିତ କରେ। ସେମାନଙ୍କର ସଫଳତା ରାଜ୍ୟକୁ ଗର୍ବିତ କରିଛି ଏବଂ ଅଗଣିତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇ ଦେଇଛି ବୋଲି ରାଜ୍ୟପାଳ କହିଥିଲେ।ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଶିକ୍ଷାଗତ ସଫଳତା ଏକ ବୃହତ ଯାତ୍ରାର ଆରମ୍ଭ ମାତ୍ର ବୋଲି କହିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସମାଜ ଏବଂ ଦେଶର କଲ୍ୟାଣ ପାଇଁ ଦୃଢ଼ ଏବଂ ପ୍ରତିବଦ୍ଧ ରହିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା ସେତେବେଳେ ଅର୍ଥପୂର୍ଣ୍ଣ ହୁଏ ଯେତେବେଳେ ଏହା ଜଣେ ବ୍ୟକ୍ତିକୁ ଦାୟିତ୍ୱବାନ ନାଗରିକ ଏବଂ ଭଲ ମଣିଷରେ ପରିଣତ କରେ ।ରାଜ୍ୟପାଳ କହିଥିଲେ ଯେ ଦେଶକୁ କେବଳ ପ୍ରତିଭାଶାଳୀ ବୃତ୍ତିଧାରୀ ନୁହେଁ ବରଂ ସଚ୍ଚୋଟ, ସହାନୁଭୁତିଶୀଳ ଏବଂ ସେବା ମନୋଭାବ ସହିତ ଦୟାଳୁ ନାଗରିକଙ୍କ ମଧ୍ୟ ଆବଶ୍ୟକତା ଅଛି। ଜୀବନ ଯେଉଁଠାକୁ ବି ନେଇଯାଏ ସେଠାରେ ସଚ୍ଚୋଟତା, ନମ୍ରତା ଏବଂ ଦୟା ଆପଣାଏଇବାକୁ କରିବାକୁ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ର କାର୍ଯ୍ୟାନ୍ୱୟନ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଏହି ନୀତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତା, ନୀତି, ନେତୃତ୍ୱ ଏବଂ ଜୀବନ କୌଶଳକୁ ପୋଷଣ କରିବା ସହିତ ସାମଗ୍ରିକ ଏବଂ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି।ମାର୍ଗଦର୍ଶନ, ତ୍ୟାଗ ଏବଂ ପ୍ରୋତ୍ସାହନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ପିତାମାତା, ଶିକ୍ଷକଶିକ୍ଷୟିତ୍ରୀ ଏବଂ ପରାମର୍ଶଦାତାଙ୍କ ଭୂମିକାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ, ସମାଵେଶୀ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ଦିଗରେ ଯୋଗଦାନ ଦେବାକୁ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା I

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed