July 5, 2025
Home » ମାଣ୍ଡିଆ କ୍ଷେତ୍ର ଦିବସ ଆୟୋଜିତ l

ମାଣ୍ଡିଆ କ୍ଷେତ୍ର ଦିବସ ଆୟୋଜିତ l

0
WhatsApp Image 2024-11-08 at 12.42.30 PM

ବୌଦ୍ଧ–ବାରମୁଣ୍ଡା ଗାଁରେ ଆୟୋଜିତ ମଣ୍ଡିଆ କ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ବାରମୁଣ୍ଡା ,ତଳଗାଁ ,ବଡଭୁରୁତା, ସାନଭୁରୁତା ,ଖଲିସାହି କଣ୍ଠିପଦର ,ଛୀତିକାବାରୀ, କୁକୁଟି, ଉଡୁଗୁଜୁ, ରେମଣ୍ଡା ଅଞ୍ଚଳରୁ ଶତାଧିକ କୃଷକ, କୃଷି ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ।ଏଲକେବିକେ ଅନୁଷ୍ଠାନ,ସରସରା , ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଆୟୋଜନର ମୁଖ୍ୟ ଅତିଥିମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।
ବ୍ଲକ ସଂଯୋଜକ ସିତାକାନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ , ସାଗର ଜାନୀ ଓ ତାଙ୍କ ମିଲେଟ୍ ଚାଷ କ୍ଷେତ୍ରରେ ହୋଇଥିବା ଦୁଇଟି ଫସଲ କାଟିବା ପରୀକ୍ଷା ବିଷୟରେ ତଥ୍ୟ ଭାଗୀଦାରମାନଙ୍କ ସହ ଆଦାନ ପ୍ରଦାନ କରିଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ପ୍ରଧାନ ଶ୍ରୀ ଅନ୍ନ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଉପସ୍ଥିତଙ୍କ ସହ ତାଙ୍କ ଉଦ୍ୟମକୁ ଉତ୍ସାହିତ କରିବାରେ ପ୍ରେରଣା ଦେଇଥିଲେ। ବିଏଓ ସବ୍ୟସାଚୀ ଦାସ ଚାଷ ଉତ୍ପାଦନ ବୃଦ୍ଧି ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ, ଯାହା ଚାଷୀମାନଙ୍କ ପାଇଁ ମୂଲ୍ୟବାନ ଶିକ୍ଷା ଭାବେ ସହାୟକ ହୋଇଥିଲା।

ପୁରୁଷୋତ୍ତମ ସାହୁ(AAO) ଜୈବ ସାରର ବ୍ୟବହାର ବିଷୟରେ ବିବରଣୀ ଦେଇଥିଲେ ଯେ କିପରି ପ୍ରାକୃତିକ ପଦ୍ଧତିରେ ମିଲେଟ୍ ଚାଷକୁ ସୁରକ୍ଷା କରିପାରିବ। ମିଲେଟ୍ କୃଷକମାନଙ୍କୁ ଜମିକୁ ସୁସ୍ଥ ରଖିବା ପାଇଁ ଜୈବ ଖାଦ୍ୟ ସାରର ଗୁରୁତ୍ୱ ଉପରେ ବୁଝାଇ ଥିଲେ।
ଅମରେନ୍ଦ୍ର ଭୋଇ (ABC)ଏବଂ ପୁନିଆ ସାହୁ (CEO)ସହିତ ସିଆରପି ଶ୍ରୀ ଅନ୍ନ ଅଭିଯାନ,ଏହି କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ। ଶେଷରେ ପୁନିଆ ସାହୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *