ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା, ସରକାରୀ ଦାଇତ୍ୱହୀନତାର ନଗ୍ନ ନମୁନା, ବାମପନ୍ଥୀ ଦଳ ପ୍ରତିନିଧି ମଣ୍ଡଳୀ
କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ର ଯାଉ ଖାଇ ଦୁଇ ଜଣ ମହିଳାଙ୍କର ମୁର୍ତ୍ୟୁ ହୋଇଥିବା ବେଳେ 6 ଜଣ ଚିକିତ୍ସାଧୀନ ଅଛନ୍ତି l ଗତକାଲି ଠାରୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସିପିଆଇ ଏବଂ ସିପିଆଇ (ଏମ. ଏଲ ) ଲିବରେସନ ଦଳ ର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧିମଣ୍ଡଳୀ ସର୍ବଶ୍ରୀ ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ (ଏମ. ଏଲ ) ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଆଦିବାସୀ ମହାସଭା ର ନେତା ତିରୁପତି ଗମାଙ୍ଗ, ଅଲ ଇଣ୍ଡିଆ ସ୍ଟୁଡେଣ୍ଟସ ବ୍ଲକ ର ରାଜ୍ୟ ସମ୍ପାଦିକା ଦିଶା ଆଜାଦ, ଛାତ୍ରନେତା ରାଜୁ ମାଡକାମୀ ପ୍ରମୁଖଙ୍କ ନେତୃତ୍ୱରେ ଗତକାଲି ବ୍ରହ୍ମପୁରସ୍ଥ MKCG ମେଡିକାଲ କୁ ଯାଇ ଚିକିତ୍ସାଧୀନ ମହିଳାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ I ଆଜି ଏହି ପ୍ରତିନିଧିମଣ୍ଡଳୀ ମାଣ୍ଡିପଙ୍କ ଗ୍ରାମକୁ ଯାଇ କ୍ଷତିଗସ୍ତ ଲୋକଙ୍କ ପରିବାର ବର୍ଗ ଙ୍କୁ ଭେଟିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ l
ଗତ ଚାରି ମାସ ଧରି ମାଣ୍ଡି ପଙ୍କା ଗ୍ରାମବାସୀଙ୍କୁ ପୀଡ଼ିଏସ ଚାଉଳ ମିଳିନଥିବା ଏବଂ ସେମାନଙ୍କ ପାଖରେ ଖାଦ୍ୟ ଶସ୍ୟର ଅଭାବ ଯୋଗୁଁ ସେମାନେ ଆମ୍ବ କୋଇଲି ଯାଉ ଖାଇବାକୁ ବାଧ୍ୟ ହେଲେ ବୋଲି ଗ୍ରାମବାସୀମାନେ ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ପ୍ରକାଶ କରିଥିଲେ l ଯାଉ ଖାଇ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସ୍ଥାନୀୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସତ୍ୱେ ସେଠାରେ ସ୍ୱାସ୍ଥ୍ୟ ଭିତିଭୂମି ର ଅଭାବ ହେତୁ ସଠିକ ସମୟରେ ଚିକିତ୍ସା ହୋଇନପାରି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମୁର୍ତ୍ୟୁ ବରଣ କରିଥିଲେ l ଅନ୍ୟମାନଙ୍କୁ ଏମକେସିଜି ମେଡିକାଲ କୁ ନିଆଯାଇ ଚିକିତ୍ସା କରାଗଲା l ସ୍ୱାଧୀନତା ର ସାତ ଦଶନ୍ଧୀ ପରେ ମଧ୍ୟ ମାଣ୍ଡିପଙ୍କା ଗ୍ରାମ ଓ ଆଖପାଖ ଅଂଚଳରେ ଟେଲିଫୋନ ଟାୱାର ନଥିବା କାରଣରୁ 108 ଆମ୍ବୁଲାନ୍ସ କୁ ମଧ୍ୟ ସଠିକ ସମୟରେ ଡକାଯାଇ ଚିକିତ୍ସା ପାଇଁ ଡାକ୍ତରଖାନା କୁ ନିଆଯାଇ ପାରିନାହିଁ ବୋଲି ଗ୍ରାମବାସୀମାନେ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ l ଘଟଣା ର ଚାରିଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧି କିମ୍ବା ଜଲ୍ଲାପାଳ ଘଟଣା ଘଟିଥିବା ମାଣ୍ଡିପଙ୍କା ଗ୍ରାମକୁ ଯାଇ ନଥିବା ଗ୍ରାମବାସୀମାନେ ଜଣାଇଥିଲେ l ସବୁ ବିଷୟ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଘଟଣା ପାଇଁ ଦାୟି ବୋଲି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି l ତୁରନ୍ତ ମୁର୍ତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହିତ ୱାର୍ଡ ମେମ୍ବରମାନଙ୍କ ଜରିଆରେ ତୁରନ୍ତ ପୀଡ଼ିଏସ ଚାଉଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି l ବ୍ରାହ୍ମଣୀଗାଁ ଡାକ୍ତରଖାନା କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରିବା ସହ ପ୍ରତ୍ବେକ ପଂଚାୟତରେ ଟେଲିଫୋନ ଟାୱାର ସ୍ଥାପନ କରାଇ ଟେଲିଯୋଗାଯୋଗ କୁ ଶୁଦ୍ଧୃଢ କରିବାକୁ ପ୍ରତିନିଧିମଣ୍ଡଳୀ ପକ୍ଷରୁ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବୀ କରିଛନ୍ତି l
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )