ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ୨୦୨୫ରେ ରାୟଗଡ଼ା ଜିଲ୍ଲା ୯୭ ୩୩ % ସଫଳତା

ରାୟଗଡ଼ା ଜିଲ୍ଲା ୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ରାୟଗଡ଼ା ଜିଲ୍ଲାରେ ୯୭ ୩୩ % ପାସ ହୋଇଛନ୍ତି। ଜିଲ୍ଲାର ୨୦୯ଟି ଉଚ୍ଚ ବିଦ୍ୟାଳୟର ମୋଟ ୧୦୨୯୪ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ମଧ୍ୟରୁ ମୋଟ ୧୦୧୦୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାର ମାତ୍ର ୩ ଜଣ ଏ-୧ ଗ୍ରେଡ ପାଇଛନ୍ତି। ଜିଲ୍ଲାରେ ଏ-୨ ରେ ୮୦ ଜଣ ବି-୧ ରେ ୪୨୩ ଜଣ, ବି-୨ ରେ ୯୯୪ ଜଣ, ସି ଗ୍ରେଡରେ ୨୭୮୬, ଡି ଗ୍ରେଡରେ ୪୨୭୬ ଓ ଇ ଗ୍ରେଡରେ ୧୨୬୯ ଜଣ ବିଦ୍ୟାର୍ଥୀ ସଫଳ ହୋଇଥିବା ବେଳେ ଚଳିତ ବର୍ଷ ୪୯୭୩ ଜଣ ଛାତ୍ର ପାସ ହୋଇଛନ୍ତି। ରାୟଗଡ଼ା ସହରର ଗାୟତ୍ରୀ ନଗର ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ଅର୍ପିତା ଗିରି ୫୪୭ ମାର୍କ ରଖୁ ଜିଲ୍ଲା ଟପ୍ପର ହୋଇଥିବା ବେଳେ ୫୪୬ ନମ୍ବର ରଖ୍ ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେଶନ ସେଣ୍ଟରର ଛାତ୍ର ଚନ୍ଦନ କୁମାର ସାହୁ ଦ୍ୱିତୀୟ ଏବଂ କାଶୀପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଜ୍ଞାଶ୍ରୀ ବଳ ୫୪୧ ମାର୍କ ରଖ୍ ତୃତୀୟ ସ୍ଥାନ ପାଇଛନ୍ତି । ରାୟଗଡ଼ା ଗାୟତ୍ରୀ ନଗର ଶିଶୁ ବିଦ୍ୟା ମନ୍ଦିରର ଅର୍ପିତା ଗିରି ୫୪୭ ମାର୍କ ରଖୁ ଜିଲ୍ଲା ଟପ୍ପର ହୋଇଥିବା ବେଳେ ବିଦ୍ୟା ମନ୍ଦିରରେ ମୋଟ ପରୀକ୍ଷା ଦେଇଥିବା ୬୬ ଜଣ ବିଦ୍ୟାର୍ଥୀ ପାସ୍ କରି ସେଥିରୁ ଏ-୧ ଗ୍ରେଡରେ ଅର୍ପିତା ଗିରି, ଏ-୨ ରେ ୪ ଜଣ, ବି-୧ ରେ ୧୭ ଜଣ, ବି-୨ ରେ ୧୯ ଜଣ, ସି ଗ୍ରେଡରେ ୧୮, ଡି ଗ୍ରେଡରେ ୬ ଜଣ ଓ ଇ ଗ୍ରେଡରେ ଜଣେ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ