July 5, 2025
Home » ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ l

ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ l

0
WhatsApp Image 2024-11-12 at 4.21.18 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ବେସିକ ନୀଡ଼ସ ଇଣ୍ଡିଆ ବେଙ୍ଗଲୋର ରୁ ମାନସିକ ସ୍ୱାସ୍ଥ୍ୟ ସଂଯୋଜକ ରାଜୀବ କର୍ମୀ,ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗରୁ ଡ଼କ୍ଟର ତିବିକ୍ରମ ପାଣ୍ଡିଆ,ଅନୁପ ରଞ୍ଜନ ଦାଶ, ଟିକାରମ ପଟେଲ, ସିବା କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ବିଶ୍ୱମ୍ବର ସାହୁ ପରିଚାଳନା କରିଥିବା ବେଳେ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ । କ୍ଷେତ୍ରକର୍ମୀ ମିତ୍ରଭାନୁ ମଲ୍ଲିକ ବୀରମହାରାଜପୁର ବ୍ଲକ ରେ ଚାଲୁଥିବା ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପ ର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ, ସ୍ବେଛାସେବୀ,ମାନସିକ ଅସୁସ୍ଥ ବ୍ୟକ୍ତି, ଅଭିଭାବକ, ସ୍ବେଛାସେବୀ ଅନୁଷ୍ଠାନ ଯୋଗ ଦେଇ ଥିଲେ। ଶେଷରେ ବିଶ୍ୱମ୍ବର ସାହୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରି ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *