December 10, 2024
Home » ମାନ୍ୟବର ପ୍ରଧାନ ବିଚାରପତି ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରା ୩୦ଟି ଜିଲ୍ଲା ଅଦାଲତର ମାନ୍ୟବର ପ୍ରଶାସନିକ ବିଚାରପତି ପଦବୀ ନିଯୁକ୍ତ

ମାନ୍ୟବର ପ୍ରଧାନ ବିଚାରପତି ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରା ୩୦ଟି ଜିଲ୍ଲା ଅଦାଲତର ମାନ୍ୟବର ପ୍ରଶାସନିକ ବିଚାରପତି ପଦବୀ ନିଯୁକ୍ତ

0

ମାନ୍ୟବର ପ୍ରଧାନ ବିଚାରପତିଙ୍କ ଓଡ଼ିଶା ହାଇକୋର୍ଟ, କଟକ ନିର୍ଦ୍ଦେଶ ଅନୁଯାୟୀ ୧୦ ଅକ୍ଟୋବର, ୨୦୨୪ କାର୍ଯ୍ୟାଳୟ ଆଦେଶ (ଅଫିସ୍ ଅର୍ଡର) ସ°ଖ୍ୟା ୧୫୯୬୮/ ତାରିଖ:୧୮.୧୦.୨୦୨୪ (XLVIB-2/1991) ଅନୁଯାୟୀ ରାଜ୍ୟର ଥିବା ୩୦ଟି ସମ୍ପୃକ୍ତ ଜିଲ୍ଲା ଅଦାଲତର ମାନ୍ୟବର ପ୍ରଶାସନିକ ବିଚାରପତି ଭାବରେ କୋର୍ଟର ମାନ୍ୟବର ବିଚାରପତିଙ୍କ ମଧ୍ୟରେ ବିଭିନ୍ନ ବିଚାରପତି ପଦବୀ ବଣ୍ଟନ କରାଯାଇଛି।
ମାଲକାନଗିରି ଓ ନୁଆପଡା ଜିଲ୍ଲା ପାଇଁ ସମ୍ମାନୀୟ ଶ୍ରୀ ଜଷ୍ଟିସ୍ ମୃଗାଙ୍କା ଶେଖର ସାହୁ ମାନ୍ୟବର ପ୍ରଶାସନିକ ବିଚାରପତି ଭାବେ କାର୍ଯ୍ୟ ତୁଲାଇବେ।
ଓଡିଶାର ୩୦ଟି ଜିଲ୍ଲାରେ ମୋଟ ୧୮ ଜଣ ମାନ୍ୟବର ପ୍ରଶାସନିକ ବିଚାରପତିଙ୍କ ମଧ୍ୟରୁ ପ୍ରତି ଦୁଇଟି ଜିଲ୍ଲାକୁ ୧୨ଜଣ ଓ ଛଅ ଜଣ ବିଚାରପତି ୦୬ ଟି ଜିଲ୍ଲାର ମାନ୍ୟବର ପ୍ରଶାସନିକ ବିଚାରପତି ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ସଂପୃକ୍ତ ମାନ୍ୟବର ପ୍ରଶାସନିକ ବିଚାରପତି ମଧ୍ୟ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ଓଡ଼ିଶା ରିଏଲ୍ ଇଷ୍ଟେଟ୍ ଆପିଲ୍ ଟ୍ରିବ୍ୟୁନାଲ୍ ବ୍ୟତୀତ ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ଟ୍ରିବ୍ୟୁନାଲ୍ (ଯଦି ଥାଆନ୍ତି) ଦାୟିତ୍ୱରେ ରହିବେ। ଯାଞ୍ଚ, ଅନୁସନ୍ଧାନ ଏବଂ ପରିସଂଖ୍ୟାନ ରିଟର୍ଣ୍ଣ ସହିତ ଜଡିତ ସମସ୍ତ ବିଷୟ ସଂପୃକ୍ତ ମାନ୍ୟବର ପ୍ରଶାସନିକ ବିଚାରପତିଙ୍କ ମାଧ୍ୟମରେ ପରିଚାଳିତ ହେବ ବୋଲି ହାଇକୋର୍ଟ କାର୍ଯ୍ୟାଳୟ ଆଦେଶାନାମାରେ ଉଲ୍ଲେଖ ରହିଛି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *