ମାଲକାନଗିରିରେ ଡିଫ୍ଥେରିଆ ସଂକ୍ରମଣ, ୧୦ଦିନରେ ୦୧ ମୃତ ଓ ଜଣେ ସଂକ୍ରମିତ

ଭୁବନେଶ୍ୱର ସ୍ୱତନ୍ତ୍ର ଦଳ ସଂକ୍ରମିତ ସ୍ଥାନକୁ ଗସ୍ତ ସହ ଟୀକାକରଣ ଜାରି …ସମସ୍ତ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରତି ସ୍ଵତନ୍ତ୍ର ନଜର
ମାଲକାନଗିରି: କାଲିମେଲା ବ୍ଲକର ଏକ ବିଦ୍ୟାଳୟର ଗୋଟିଏ ଶ୍ରେଣୀରେ ଚାରି ଜଣଙ୍କୁ ଡିଫଥେରିଆ ନିଶ୍ଚିତ ହେବା ପରେ ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ ଅଧିକ ସତର୍କ ରହିଛି। ଉନ୍ନତ ଚିକିତ୍ସା ପାଇଁ ଛୋଟ ପିଲାଟିକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ମାଲକାନଗିରି ଜିଲ୍ଲାର କାଲିମେଲା ବ୍ଲକର ଚିତ୍ରାଙ୍ଗପାଲ୍ଲୀ ଆବାସିକ ବିଦ୍ୟାଳୟରେ ଡିଫ୍ରିଆ ସଂକ୍ରମଣରେ ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ବିଦ୍ୟାଳୟର ଅନ୍ୟ ସମସ୍ତ ବିଦ୍ୟାର୍ଥୀଙ୍କ (ରକ୍ତ ନମୁନା) ସ୍ୱାବ ସଂଗ୍ରହ କରିବା ସହ ସ୍ୱତନ୍ତ୍ର ଭାବେ ଯତ୍ନ ନୀୟଯାଉଥିବ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀ ନାମକ ବାଳକ ପ୍ରଥମେ ଜ୍ୱରରେ ପୀଡିତ ହେବା ପରେ ପରିବାର ଲୋକେ ତାଙ୍କୁ ମାଲକାନଗିରିର ଏକ ଡାକ୍ତରଖାନାକୁ ନେଇ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଏସେଏଲେଏନ ମେଡିକାଲ କଲେଜ ଏବଂ ଡାକ୍ତରଖାନା ନେଇ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ଡିଫଥେରିଆ ଥିବା ପ୍ରମାଣିତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୮/୦୯/୨୪ ତାରିଖ ରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସତର୍କ ରହିବା ସହ ଆକ୍ରାନ୍ତ ଥିବା ଆଉ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲା ଚିକିତ୍ସା ବିଭାଗ ତତ୍ପରତା ଦେଖାଇଛି । ସରକାରଙ୍କ ନିର୍ଦେଶକ୍ରମେ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଏମ୍ୟୁନାଇଜେସନ ବିଶେଷଜ୍ଞ ଟିମ ମାଲକାନଗିରି ଓ କୋରାପୁଟ ମେଡିକାଲ କଲେଜକୁ ଗସ୍ତ କରିବା ପରେ ରବିବାର ଆଜି ପ୍ରଭାବିତ ଉକ୍ତ ବିଦ୍ୟାଳୟକୁ ଭୁବନେଶ୍ୱରର ଜନସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତର ଦଳ ଯେଉଁଥିରେ କି ରାଜ୍ୟ ଟୀକାକରଣ ଅଧିକାରୀ ତାପସ ପାତ୍ର ଓ ଅନିଲ ପଟ୍ଟନାୟକ ସମେତ କୋରାପୁଟ ଦବ୍ଲୁହେଚଓ ର ଡକ୍ଟର ଗସ୍ତ ଯାଇ ପରିଦର୍ଶନ କରି ବିଦ୍ୟାଳୟର ଅନ୍ୟ ସମସ୍ତ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟର ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ କରି ଅନ୍ୟ ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଡିଫତେରିଆ ସଂକ୍ରମଣରେ ବର୍ତମାନ ପର୍ଯ୍ୟନ୍ତ ୧୦ ଦିନ ମଧ୍ୟରେ ଜଣେ ମୃତ ହୋଇଥିବା ବେଳେ ପିଙ୍କୁ ପଡିଆମି(୧୨) ଚତୁର୍ଥ ଶ୍ରେଣୀର ଜଣେ ଆକ୍ରାନ୍ତ ହୋଇ କୋରାପୁଟରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରୀ ଦଳ ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ୬ ଜଣଙ୍କର ରକ୍ତ ନମୂନା ସଂଗ୍ରହ କରିବା ପରେ ତାହା ବିଶ୍ଳେଷଣ ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ସେହିପରି ୮ ଜଣଙ୍କୁ କାଲିମେଳା ମେଡିକାଲରେ ଆଇସୋଲେସନ(ପୃଥକୀକରଣ ଓ୍ବାର୍ଡ଼)ରେ ରଖାଯିବା ସହ ଅଧିକାଂଶ ଛାତ୍ର ବର୍ତ୍ତମାନ ନଜରରେ ଅଛନ୍ତି। ବର୍ତ୍ତମାନ ଜିଲ୍ଲା ମେଡିକାଲରେ ଡାଟ୍ ଇଂଜେକ୍ସନ ଆସିଛି । ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟ ତଥା ଜିଲ୍ଲାରେ ୬-୧୬ ବର୍ଷ ବୟସ୍କ ପିଲାଙ୍କୁ ଟୀକାକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଯଥେଷ୍ଟ ପରିମାଣର ଡିଫଥେରୀୟ ରୋଗ ପ୍ରତିରୋଧକ ଟିକା ମହଜୁଦ ଥିବା ଜଣାପଡିଛି ।
ଏଥିସହ, ପ୍ରଭାବିତ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହଯୋଗ କରିବା ସହ ରୋଗ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ସମନ୍ଵିତ ରୋଗ ନିରୀକ୍ଷଣ ପ୍ରୋଗ୍ରାମର ମିଳିତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଏକ ଦ୍ରୁତ ପ୍ରତିକ୍ରିୟା ଦଳ ରୋଗୀ ଚିକିତ୍ସା ଅଧ୍ୟୟନ ତଥା ଆବଶ୍ୟକ ପଦକ୍ଷେପ ନେବାକୁ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ।
ଏହି ରୋଗ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କଲାବେଳେ ଜିଲ୍ଲା ତଥା ବ୍ଲକରୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏକ ଶୀଘ୍ର ପ୍ରତିକ୍ରିୟା ଦଳ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ରାଜ୍ୟ ସରକାର ଡିଫଥେରିଆ ରୋଗକୁ ରୋକିବା ପାଇଁ ରୋଗୀମାନେ ଉଚ୍ଚମାନର ଚିକିତ୍ସା ପାଇବାକୁ ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଫଥେରିଆ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ରୋଗ ବ୍ୟାପିବା ପୂର୍ବରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପିଲାମାନଙ୍କ ପାଇଁ ସରକାର ଜରୁରୀ ଟୀକାକରଣ ପଦକ୍ଷେପକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି।
ପ୍ରକାଶ ଥାଉ କି ଯେ ଓଡ଼ିଶାର ରାୟଗଡ ଜିଲ୍ଲାର ପୂର୍ବରୁ ଡାଇରିଆ ରୋଗର କୁଖ୍ୟାତ ଭାବେ ଜଣାଶୁଣା ମନୁସପଦର ଗ୍ରାମରେ ଆରଏମଆରସି ଟିମ୍ ସହ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ପାଞ୍ଚ କିଲୋମିଟର ଚାଲି ଡ୍ରେନ୍ ପାର ହୋଇ ଗାଁରେ ପହଞ୍ଚି ଅନୁସନ୍ଧାନ କରିବା ପରେ ସନ୍ଦେହଜନକ ଡିଫଥେରିଆ ବିସ୍ଫୋରଣର କାରଣ ଯୋଗୁଁ ଜୁନ୍ ମାସରେ, ୧୩ ଦିନ ମଧ୍ୟରେ ଏହି ଗାଁରେ ପାଞ୍ଚଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ସ୍ପଶ୍ଟିକରଣ କରିଛି। ଅନ୍ୟ ନଅ ଜଣ ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇଥିଲେ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ