ମାଲକାନଗିରି ଜିଲ୍ଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା
ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗ ପକ୍ଷରୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (NCLP) ରେ ତା. ୨୦.୧୦.୨୦୨୪ ରିଖ ରବିବାର ଦିନ Foundational Literacy and Numeracy Assessment Test (FLNAT) ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଜିଲ୍ଲାରେ ୭୪୭ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏଥିରେ ୧୫ ବର୍ଷରୁ ଉର୍ଦ୍ଧ ପୁରୁଷ ଓ ମହିଳା ପରୀକ୍ଷା ଦେଇଥିଲେ । ଜିଲ୍ଲାରେ ୧୮୦୦୦ ନବସାକ୍ଷର ପରୀକ୍ଷା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥୁମଧ୍ୟରୁ ୧୬୩୩୫ ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।
ମାଲକାନଗିରି ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )