October 16, 2024
Home » ମା’ସୁରେଶ୍ଵରୀ ଙ୍କ ଆଜି ଭୂବନେଶ୍ୱରୀ ବେଶ

ମା’ସୁରେଶ୍ଵରୀ ଙ୍କ ଆଜି ଭୂବନେଶ୍ୱରୀ ବେଶ

0

ସୁବର୍ଣ୍ଣପୁର — ଅଧିଷ୍ଠାତ୍ରୀ ଦେବୀ ମା’ସୁରେଶ୍ୱରୀ ଆଜି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି।ମା’ହେଉଛନ୍ତି ସମ୍ପୂର୍ଣ୍ଣ ଜଗତର ତ୍ରାଣକର୍ତ୍ତା। ସୃଷ୍ଟିର ପରିକଳ୍ପନା ସମୟରେ ସ୍ୱୟଂ ବ୍ରହ୍ମାତପସ୍ୟା କରି କ୍ରିୟାଶକ୍ତି ପରମେଶ୍ୱରୀଙ୍କୁ ଆବାହନ କରିଥିଲେ। ପରମେଶ୍ୱରୀ ତପସ୍ୟାରେ ସନ୍ତୋଷ ସଦୃଶ୍ୟ।ଭୁଦେବୀ ବା ଭୁବନେଶ୍ଵରୀ ଭାବରେ ପୃଥିବୀ ପୃଷ୍ଟକୁ ଆବିର୍ଭାବ ହୋଇଥିବା କଥା ରହିଛି ଏବଂ ଭୁବନେଶ୍ଵରୀ ନାମରେ ପୂଜିତହୋଇ ଜଗତର କଲ୍ୟାଣ କରି ଚାଲିଥିବା କଥା ପୌରାଣିକ ତଥ୍ୟ ରୁ ଜଣାଯାଏ।
ଆହୁରି ମଧ୍ୟ ଜଣାଯାଏ ମା’ଭୁବନେଶ୍ଵରୀ ହେଉଛନ୍ତି ସ୍ୱୟଂ ଭଗବାନ ଦେବ ଦେବ ମହାଦେବ ଶିବଶଙ୍କରଙ୍କ ଇଷ୍ଟଦେବୀ।ତେଣୁ ମା’ଦୁର୍ଗାଙ୍କ ଏହି ସ୍ୱରୂପ ଜଗତର କଲ୍ୟାଣ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିଥିବା କଥା ପୌରାଣିକ ତଥ୍ୟ ରୁ ଜଣାଯାଏ।ମା’ଙ୍କୁ ଶ୍ରଦ୍ଧା ଓ ଭକ୍ତିସହ ସାଧନା କରିବା ଦ୍ୱାରା ସାଧକ ଓ ଭକ୍ତଙ୍କୁ ମା’ ସକଳ ପ୍ରକାରର ସୁଖ,ଧନ,ସମ୍ପତ୍ତି ଏବଂ ବୈଭବ ପ୍ରାପ୍ତ କରିଥାନ୍ତି ବୋଲି ଦେବୀ ଭାଗବତ ପୁରାଣରେ ବର୍ଣ୍ଣିତ ହୋଇଛି।
ତେଣୁ ଏହି ଶାରଦୀୟ ନବରାତ୍ରି ପୂଜା ସମୟରେ ମା’ଙ୍କର କୃପା ଆଶିଷ ପ୍ରାପ୍ତ ନିମନ୍ତେ ବିଶେଷ ପୂଜାର୍ଚ୍ଚନା ସବୁ ପ୍ରତ୍ୟେକ ଦେବୀପୀଠ ଗୁଡ଼ିକରେ ଅନୁଷ୍ଠିତ ହୋଇଥାଏ।ଏହିକ୍ରମରେ ଦ୍ୱିତୀୟ ବାରାଣସୀ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ସୁରେଶ୍ୱରୀ ଙ୍କ ପୀଠରେ ମଧ୍ୟ ଜଗତ କଲ୍ୟାଣ ନିମନ୍ତେ ଅନୁଷ୍ଠିତ ହେଉଅଛି ମହାଚଣ୍ଡୀଯଜ୍ଞ।
ଏହା ସହ ସହର ମଧ୍ୟରେ ରହିଥିବା ଅନ୍ୟାନ୍ୟ ଦେବୀପୀଠ ଗୁଡିକରେ ମଧ୍ୟ ବିଶେଷ ପୂଜାର୍ଚ୍ଚନା ସବୁ ଅନୁଷ୍ଠିତ ହେଉଅଛି। ଯାହାକି ଏବେ ପବିତ୍ର ସୁବର୍ଣ୍ଣପୁର ସହର ଦହଣା ଓ ଦହିର ବାସ୍ନା ରେ ମହ ମହ ହୋଇ ବାସିଉଠୁଥିବା ପ୍ରତୀୟମାନ ହେଉଛି ।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *