ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଅନୁକୂଲ୍ୟରେ ଏକ୍ସ-ରେ ଯୋଗେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାୟାବର୍ହା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଅଧିକାରୀ ସୁଶ୍ରୀ ପୌରବି କର୍ମୀଙ୍କ ତତ୍ୱାବଧାନରେ ରେଡ଼ିଓଗ୍ରାଫର ଅମୀର ସାହୁ ଓ ସୌମ୍ୟ ସର୍ଗମ ସାହୁ ଯୋଗଦାନ କରି ହାଇସ୍କୁଲ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 320 ଜଣ ଛାତ୍ରଛାତ୍ରୀଙ୍କ ଏକ୍ସ ରେ ପରୀକ୍ଷା କରିଥିଲେ । ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ଶିକ୍ଷକ ମନୋଜ କୁମାର ପୂଜାରୀ, ସମ୍ପଦ ଖମାରୀ, ସଂଜୀବ ପୂଜାରୀ, ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରିତା ମେହେର ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରେଇଥିଲେ। ସଂସ୍କୃତ ଶିକ୍ଷକ ରାଜୁ ମେହେର ,ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଓ ଆଶା କର୍ମୀ ସୁବର୍ଣ୍ଣ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଲିପି ପ୍ରଧାନ, କର୍ମଚାରୀ ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠ।ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
