February 10, 2026
Home » ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନୂତନ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସଙ୍କୁ ଭବ୍ୟ ସ୍ବାଗତ

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନୂତନ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସଙ୍କୁ ଭବ୍ୟ ସ୍ବାଗତ

0
WhatsApp Image 2025-02-21 at 12.52.14 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ନୂତନ ଭାବରେ ଯୋଗଦେଇଥିବା ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସଙ୍କୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ତଥା ଅଭିଭାବକ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ମଞ୍ଚାସିନ ହୋଇ ବିଦ୍ୟାଳୟର ବହୁ ଦିନରୁ ଖାଲି ପଡ଼ିଥିବା ଖେଳ ଶିକ୍ଷକ ପଦବୀ ପୂରଣ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ବେଣୁଧର ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ । କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ସମ୍ପଦ ଖମାରୀ ବିଦ୍ୟାଳୟର କ୍ରୀଡା ର ବିକାଶ ଦିଗରେ କାମ କରିବାକୁ ଖେଳ ଶିକ୍ଷକ୍ ଙ୍କୁ ଆହ୍ବାନ ଦେଇଥିଲେ। ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ତାଙ୍କ ଭାଷଣରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସତତ ଚେଷ୍ଠା କରିବାକୁ ପ୍ରକାଶ କରିଥିଲେ।ସଭାର ପ୍ରାରମ୍ଭରେ ଅନ୍ତରା ଜାଲ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ ।ଛାତ୍ରୀ ଝରଣା ସାହୁ, ବିକାଶ ସାହୁ,ଅମିତ୍ ଯୁଆଡି ଓ ପୂଜାରାଣୀ ଦୀପ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ଶେଷରେ ଶିକ୍ଷକ ରାଜୁ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ନନ୍ଦିଘୋଷ ବାରିକ,ସଞ୍ଜୀବ ପୂଜାରୀ, ଗଜାନନ ପ୍ରଧାନ, ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *