June 13, 2025
Home » ମାୟାବର୍ହା ହାଇସ୍କୁଲ ରେ ଜାତୀୟ ହିନ୍ଦି ଦିବସ ପାଳିତ

ମାୟାବର୍ହା ହାଇସ୍କୁଲ ରେ ଜାତୀୟ ହିନ୍ଦି ଦିବସ ପାଳିତ

0
WhatsApp Image 2024-09-13 at 12.20.24 PM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଜାତୀୟ ହିନ୍ଦି ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସିଂହିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ହିନ୍ଦି ଶିକ୍ଷକ ପଦ୍ମନାଭ ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହିନ୍ଦି କିପରି ରାଷ୍ଟ୍ରଭାଷାର ମାନ୍ୟତା ପାଇବା ପାଇଁ କେତେ ବାଧାବିଘ୍ନ ର ସମ୍ବୁଖିନ ହେଇ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠା ଲାଭ କରିଛି ଦର୍ଶାଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତର୍ଭା ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ , ମାୟା ବର୍ହା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ହିନ୍ଦି ଭାଷା ବୈଶ୍ଵିକ ଭାଷା ମାନ୍ୟତା ଲାଭ ପାଇବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଜନାନିକ। , ଶୁଭଶ୍ରୀ, ପ୍ରୀତି, ଝରଣା, ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଅର୍ଚ୍ଚିତା, ଜନନିକ।, ଲିପ୍ସା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ସଭା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। କିରଣ, ସଞ୍ଜୀବ, ମିନିକେତାନ୍, ଲିପି, ସୁରଜ୍, ସମୀର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *