July 1, 2026
Home » ମା ମଝିଘରିଆଣିଙ୍କ ଦାନହୁଣ୍ଡିରୁ ବାହାରିଲା ୧କୋଟି ୨୨ଲକ୍ଷ ୨୯ହଜାର ୬୨୩ଟଙ୍କା ଏବଂ ୩୨ଗ୍ରାମ ସୁନା ସହିତ ୧୩୦୦ ଗ୍ରାମ ରୁପା

ମା ମଝିଘରିଆଣିଙ୍କ ଦାନହୁଣ୍ଡିରୁ ବାହାରିଲା ୧କୋଟି ୨୨ଲକ୍ଷ ୨୯ହଜାର ୬୨୩ଟଙ୍କା ଏବଂ ୩୨ଗ୍ରାମ ସୁନା ସହିତ ୧୩୦୦ ଗ୍ରାମ ରୁପା

0
WhatsApp Image 2026-06-30 at 11.34.35 AM (1)

 

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ ମାସ ବ୍ୟବଧାନ ପରେ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆର୍ ଆଇ, ମନ୍ଦିର ପରିଚାଳନା କମିଟି ତତ୍ବାବଧାନରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ,ପୋଲିସ ଓ ରାଜସ୍ୱ ବିଭାଗର ଅତିରିକ୍ତ ତହସିଲଦାର, ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତରେ ପର୍ଯାୟକ୍ରମେ ୯ଟି ଦାନ ହୁଣ୍ଡି ସୋମବାର ଦିନ ସକାଳ ୧୦ ଘଟିକା ସମୟରୁ ଖୋଲାଯାଇ ୨୫୦ରୁ ଉର୍ଦ୍ଧ୍ୱ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଗଣତି ହୋଇଯାଇଛି।
ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଦୀର୍ଘ ୮ ଘଣ୍ଟା ଧରି ଗଣତିରୁ ୧କୋଟି ୨୨ଲକ୍ଷ ୨୯ହଜାର ୬୨୩ଟଙ୍କା ଏବଂ ୩୨ଗ୍ରାମ ସୁନା ସହିତ ୧୩୦୦ ଗ୍ରାମ ରୁପା ବାହାରିଛି। ଅନଲାଇନ ଦ୍ୱାରା ତିନିଲକ୍ଷ ୯୭ହଜାର ୨୫୧. ୩୫ ଟଙ୍କା ମନ୍ଦିର ଟ୍ରଷ୍ଟକୁ ଦିଆଯାଇଛି। ଏଥିସହିତ ଆମେରିକା ଡଲାର,କାନାଡା,ଅଷ୍ଟ୍ରେଲିଆ, ୟୁଏଇ,କତ୍ତାର,ନେପାଳ ବିଦେଶୀ ଟଙ୍କା ମଧ୍ୟ ଦାନ ହୁଣ୍ଡିରୁ ବାହାରିଥିବା ବେଳେ ଫିଲିପାଇନ୍ସର ୯ଟି ମୁଦ୍ରା ବାହାରିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।ପୂର୍ବରୁ ଜାନୁଆରୀ ୬ ତାରିଖରେ ହୁଣ୍ଡିରୁ ନଗଦ ୧୦୫୫୨୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିଲା । ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରକୁ ପଠାଇ ଦିଆଯାଇଥିବା ନେଇ ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡିକା ସୂଚନା ଦେଇଛନ୍ତି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *