ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ଚଡେଇପଙ୍କ ଗ୍ରାମବାସୀ
ସୁବର୍ଣ୍ଣପୁର —ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ଗ୍ରାମବାସୀ ଅପରାହ୍ନ ସମୟରେ ଥାନା ଘେରାଉ କରିଥିଲେ l ଅଭିଯୋଗ ଅନୁସାରେ ଗତ 8 ତାରିଖ ଦିନ ରାତ୍ରି ପ୍ରାୟ 9 ଟା 30 ମିନିଟ ସମୟରେ ଚଡେଇପଙ୍କ ଗ୍ରାମର ଅଶ୍ଵିନୀ ପାଣ୍ଡେ , ମହେନ୍ଦ୍ର ସେଠୀ ଏବଂ ସୁଜିତ୍ ବଢେଇ ଗ୍ରାମର ଗିରିଧାରୀ ପାଣ୍ଡେଙ୍କୁ ଘରୁ ଡାକି ନେଇ ଚଡେଇପଙ୍କ ବାବାମଠ ଛକ ନିକଟରେ ନିସ୍ତୁକ ମାଡ଼ ମାରିଥିଲେ l ଫଳରେ କାନ ଛିଣ୍ଡି ଯିବା ସହ ଆଖିରେ ଗଭୀର ଆଘାତ ଲାଗିଛି l ସେହି ସମୟରେ ତାଙ୍କ ବଡ଼ ଭାଇ ଘଟଣା ସ୍ଥଳରେ ପହଞ୍ଚି ଗିରିଧାରୀକୁ ଉଦ୍ଧାର କରିଥିଲେ l ଏନେଇ ଗିରିଧାରୀ ଗତ 9 ତାରିଖ ଦିନ ଉଲୁଣ୍ଡା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଥାନା ପକ୍ଷରୁ ମହେନ୍ଦ୍ର ସେଠୀ ଏବଂ ସୁଜିତ୍ ବଢେଇଙ୍କୁ ନୋଟିସ ଜାରି କରାଯାଇଥିଲା l ସେହି ଅନୁସାରେ ଜଣେ ବ୍ୟକ୍ତି ଏକ କାରରେ ସଂପୃକ୍ତ ବ୍ୟକ୍ତିଙ୍କ ଭିତରୁ ଜଣକୁ ଆଣି ଥାନାରେ ଛାଡ଼ି ଦେଇ କାର ଛାଡ଼ି ଦେଇ ଫେରାର ମାରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଥାନା ପଛ ପଟରୁ ଥାନା ଭିତରକୁ ପ୍ରବେଶ କରିଥିଲେ l ଏହି ଘଟଣା ଜଣାପଡିବା ପରେ ଚଡେଇପଙ୍କ ଗ୍ରାମବାସୀଙ୍କ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ବ୍ୟକ୍ତି ଅଶ୍ଵିନୀ ପାଣ୍ଡେଙ୍କୁ ଗିରଫ ଦାବି କରିବା ସହ ଥାନା ଘେରାଉ କରିଥିଲେ l ତେବେ ସମସ୍ୟାର ସମାଧାନ ନହେବାରୁ ଗ୍ରାମବାସୀ ପୁଣି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ l ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ
l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର