ମୁଣ୍ଡିପଦର କ୍ଲଷ୍ଟର ରେ ମୌଳିକ ସାକ୍ଷରତା ଓ ଗଳ୍ପ ଉତ୍ସବ ଅନୁଷ୍ଠିତ l
ବୌଦ୍ଧ — ବୌଦ୍ଧ ଜିଲ୍ଲା ମୁଣ୍ଡିପଦର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲସପାଟ ଠାରେ ଜବାହାର୍ ନବୋଦୟ ବିଦ୍ୟାଳୟ ,ବୌଦ୍ଧ ର ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ଦ୍ବାରା ୧୩/୦୯/୨୦୨୪ ଦିନ ଗଳ୍ପ ଉତ୍ସବ ର ଆୟୋଜନ କରା ଯାଇଥିଲା। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ଦ୍ବାରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ମୌଲିକ ସାକ୍ଷରତା ଓ ଭାଷା ଜ୍ଞାନ ଅଭିଯାନ ଅନ୍ତର୍ଗତ ଗଳ୍ପ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଳ୍ପ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଆଗ୍ରାହ ର ସହ ଭାଗ ନେଇ ଥିଲେ । କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଟିକ ମେହେର ଓ ମୁଣ୍ଡିପଦର କ୍ଲଷ୍ଟରର ସି ଆର ସି ସି ସୌମିତ୍ରୀ କର୍ଣ୍ଣ ଶିକ୍ଷା ରେ ଗଳ୍ପ ର ମହତ୍ବ ବିଷୟରେ ଅଲୋଚନା କରିଥିଲେ ।
ଜେ ଏନ ଭି ର ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟା ବୁଢୀ ଅସୁରୁଣୀ ଗପ କହି ପିଲାଙ୍କ ମନୋରଂଜନ କରିଥିବା ସଂଗେ ସଂଗେ ବିଜେତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ୍ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ୍ ଶିକ୍ଷକ ପରିଚାଳନା କରିଥବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ପରିଶେଷରେ ସମସ୍ତ ଅତିଥି ମାନକୁ ଧନ୍ୟବାଦ ପ୍ରଦାନ୍ କରାଯାଇଥିଲା । ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ