ମେଘା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା
ଭେଡେନ -/ଭେଡେନ ବ୍ଲକରେ ଲୋକଙ୍କୁ ପିଇବା ପାଇଁ ସ୍ଵଚ୍ଛ ପାଣି ଯୋଗାଇ ଦେବାପାଇଁ ଶହଶହ କୋଟି ଟଙ୍କାରେ ମେଘା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି!ହେଲେ ବ୍ୟାପକ ଅନିୟମିତତା ଯୋଗୁଁ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ପାଣି ମିଳିପାରିନାହିଁ!ଦାଇତ୍ବ ରେ ଥିବା ସଂସ୍ଥା କେଇସି କାବେରୀ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା କହି ସବୁ ଟଙ୍କା ନେଇସାରିଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର ଅଲଗା ଅଛି!ବ୍ଲକ ର ସମସ୍ତ 21 ତି ପଂଚାୟତ କୁ ପାଣି ଛଡା ଯାଇଥିବା ବେଳେ ଏତେ ନିମ୍ନ ମାନର କାମ ହୋଇଛି ଯେ କେଉଁଠି ପାଇପ ଲାଇନ ଫାଟି ଗାଁ ଦାଣ୍ଡରେ ପାଣି ବହୁଥିବାବେଳେ କେଉଁଠି ଟେପ ତଳୁ ତ କେଉଁଠି ଉପରୁ ଲିକେଜ ହେଉଛି! ହାଟଗାଁ କୁ ଆସିଥିବା 4 ଇଞ୍ଚିଆ ମୁଖ୍ୟ ପାଇପ ଫାଟି ଗାର 2 ଟି ସ୍ଥାନରେ ପାଣି ଜମି 5 ଫୁଟ ର ଗର୍ତ୍ତ ସୃଷ୍ଠି ହେଲାଣି!ଯିବା ଆସିବା ବେଳେ ଲୋକେ ଦୁର୍ଘଟଣାଗ୍ରସ୍ତ ହେବା ସହ ଉକ୍ତ ଗର୍ତ୍ତ ପାଣିରେ ଛୋଟ ଛୁଆ ମାନେ ଶୌଚ ଜାଇ ସେଠାରେ ପାଣି ଛିଉଥିବା ଦେଖାଦେଇଛି! ଲିକ ହେଉଥିବା ସ୍ଥାନରେ ରାସ୍ତାର ଅଳିଆ ଆବର୍ଜନା, ନାଳ ନର୍ଦମା ପାଣି ମିଶୁଛି! ଫଳରେ ଲୋକେ ସ୍ଵାଚ୍ଛ ପାଣି ବଦଳରେ ଦୂଷିତ ପାଣି ପିଇ ବିଭୀହ୍ନ ରୋଗରେ ମଧ୍ୟ ପଡୁଛନ୍ତି! ସରକାର ଲୋକଙ୍କ ଜୀବନ ବଞ୍ଚାଇବା ବଦଳରେ ମାରିବା ପାଇଁ ଏହି ପ୍ରକଳ୍ପ ତିଆରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି! ବ୍ଲକର ଋଷୁଡ଼ା, ଘିଚାପାଲି, ଭୁତା ପାଲି, ଘିଚା ପାଲି, ମହଲାକଟା, ବକଟି ସମେତ ଅନେକ ଗ୍ରାମରାଇପଲାଇନ ଫାଟିଥିବା ଦେଖାଦେଇଛି! ଏବିଷୟରେ ନିର୍ବାହୀ ଯନ୍ତ୍ରୀ ଅମିତା ସ୍ଵାଇଙ୍କୁ ଫୁନ ନ ଉଠାଇବାରୁ ମତାମତ ନିଆ ଯାଇପାରିନାହିଁ!
ଇପିଏ ରୁ ହରିଶଙ୍କର ବେହେରାଙ୍କ ରିପୋଟ
