August 22, 2026
Home » ସହଁରାଟିକ୍ରାଧାନମଣ୍ଡି ପରିଦର୍ଶନ ପରେ ଗର୍ଜିଲେ ସ୍ନେହାଙ୍ଗିନୀ

ସହଁରାଟିକ୍ରାଧାନମଣ୍ଡି ପରିଦର୍ଶନ ପରେ ଗର୍ଜିଲେ ସ୍ନେହାଙ୍ଗିନୀ

0
WhatsApp Image 2025-12-31 at 8.15.22 PM

ଭେଡେନ :ଭେଡେନ ବ୍ଲକ୍ ର ବିଭିନ୍ନ ମଣ୍ଡିରେ ପଡିରହିଛି ହଜାର ହଜାର କ୍ବିଣ୍ଟାଲ ଧାନ ,ବିଭିନ୍ନ ଆଳ ଦେଖାଇ ମିଲର୍ସ ,ପେକ୍ସକର୍ମଚାରୀ,ଯୋଗାଣ ବିଭାଗ ଧାନ ଉଠାଉ ନାହାଁନ୍ତି ।।ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକା ରେ ପେସିହେଉଛନ୍ତି ଚାଷୀ ,ନିଜର କଷ୍ଠଉପାର୍ଜିତ ଧାନ ପଡିରହିଛି ମାର୍କେଟ ରେ ।।ଲେବର ଙ୍କୁ ପଇସା ଦେବାକୁ ପାଖରେ ନାଇଁ ,ବାଧ୍ଯହୋଇ ମହାଜନ ଠୁ ସୁଧରେ ଟଙ୍କା ଉଠାଇ ଲେବର ଙ୍କୁ ପଇଠ କରିଛିନ୍ତି ଚାଷୀ ।।ଏ ପଟେ ପିଲାଙ୍କ ପାଠପଢା ତଥା ଦୈନନ୍ଦିନ ଖର୍ଚ୍ଚ ତୁଳାଇବାକୁ ଚାଷୀ ହନ୍ତସନ୍ତ ହେଉଛି ।। କଛପ ଗତିରେ ଛାଲିଛି ଧାନ ଉଠାଣ ପ୍ରକ୍ରିୟା ।। ସରକାର ଯେତେ ଆନ୍ଦୋଳନ ବା ପ୍ରତିବାଦ କଲେ ଶୁଣୁନାହିଁ।। ଏହି ସବୁର ସମାଧାନ ପାଇଁ ଚାଷୀଙ୍କ ଏହି ଦୁର୍ଦିନ ରେ ଠିଆ ହେବାପାଇଁ ଆଗେଇ ଆସିଛନ୍ତି ପୂର୍ବତନ ମନ୍ରୀ ତଥା ରାଜ୍ଯ ମହିଳା ଜନତା ଦଳ ର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରୀଆ ।।ସଁହରା ଟିକ୍ରା ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରି ସରକାର ଙ୍କୁ ଚେତାବନି ଦେଇଛନ୍ତି ।।ଯଦି ଶିଘ୍ର ଚାଷୀଙ୍କ ଧନ ସରକାର ନ ଉଠାନାତି ତେବେ ସାତ ଆଠ ଦିନ ଭିତରେ ଭୟଙ୍କର ଆନ୍ଦୋଳନ ହେବ ।।ଏବଂ ପରିସ୍ଥିତି ପାଇଁ ସରକାର ଦାୟି ରହିବେ ବୋଲି ପ୍ରକାସ କରିଛନ୍ତି ।। ପୂର୍ବତନ ମନ୍ରୀ ଶ୍ରୀମତି ଛୁରିଆ ଙ୍କ ସହ ବରିଷ୍ଠନେତା ଅଶୋକ ନାଏକ ,ଭାଗିରଥି କୁମ୍ଭାର ,ରାଜିବ ମହାପାତ୍ର ,ସରୋଜ ସାହୁ ତଥା ଶତାଧିକ ଚାଷୀ ଉପସ୍ଥିତ ଥିଲେ ।।

ଇପିଏ ରୁ ହରିଶଙ୍କର ବେହେରାଙ୍କ ରିପୋଟ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।