May 15, 2025
Home » ମେଘେଲା ଗ୍ରାମରେ ଝାଡାବାନ୍ତି ରେ ୨ ମୃତ , ୧୭ ଜଣ ଆକ୍ରାନ୍ତ

ମେଘେଲା ଗ୍ରାମରେ ଝାଡାବାନ୍ତି ରେ ୨ ମୃତ , ୧୭ ଜଣ ଆକ୍ରାନ୍ତ

0
WhatsApp Image 2024-10-01 at 10.59.42 AM

 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘେଲା ଗ୍ରାମରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ଜଣ ଆକ୍ରାନ୍ତ ହୋଇଛନ୍ତି l ସୂଚନା ଅନୁସାରେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଗତ ୨୮ତାରିଖ ରେ ମେଘେଲl ଗ୍ରାମର ଉପି (ଉପେନ୍ଦ୍ର) ମଲ୍ଲିକ (୬୬) ଙ୍କ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଵେଳେ ଖଇରୁ ଜାଲ (୫୫) ଙ୍କ ବୁର୍ଲ୍ଲl ଡାକ୍ତରଖାନାରେ ଝାଡ଼ା ବାନ୍ତି ରେ ଗତ ୨୯ ତାରିଖ ରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଉକ୍ତ ଗ୍ରାମର ଝାଡାବାନ୍ତି ରେ ୧୭ ଜଣ ପୁରୁଷ ଓ ମହିଳା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଟିମ ଓ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଟିମ ମେଘେଲା ଗ୍ରାମରେ ପହଞ୍ଚି ଘର ଘର ବୁଲି ସ୍ଥିତି ପଚାରି ବୁଝିବା ସହ ମୃତ ପାରିବାର ର ଲୋକ ଙ୍କୁ ଭେଟିଥିଲେ l ପରେ ନଳକୂଅ ପାଣି ସାହି ପଡିଶା ବ୍ୟବହାର କରୁଥିବା ପାଣି କୁ ସଂଗ୍ରହ କରି ଲାବ୍ରୋଟରୀ କୁ ପରୀକ୍ଷା ପାଇଁ ପଠଯାଇଛି l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed