August 20, 2026
Home » ଯୋଗ ଦିବସ ପାଳନ ଅଵ୍ୟବହିତ ପୂର୍ବରୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯୋଗ ଦିବସ ପାଳନ ଅଵ୍ୟବହିତ ପୂର୍ବରୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2026-05-26 at 2.45.03 PM

ବିଶ୍ୱ ଯୋଗ ଦିବସ ପାଳନ ପାଇଁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣାକଟକ ଠାରେ ୨୫ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ନଗର ସଂଘ ଚାଳକ ତଥା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ମୁଖ୍ୟ ଡ.ସୁଦର୍ଶନ ମେହେର ମୁଖ୍ୟ ଅତିଥି ଭାବେ ଦେଇ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ l ନିରୋଗତା,ଜ୍ଞାନ ଓ ବିଶ୍ୱ ଶାନ୍ତି ପାଇଁ ଯୋଗର ଗୁରୁତ୍ୱ ବିଷୟରେ ମୁଖ୍ୟ ଅତିଥି ଅଭିଭାଷଣ ଦେଇଥିଲେ l ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଓ ବିଶ୍ୱ ଏକତା ନିମନ୍ତେ ପ୍ରତିଦିନ ଯୋଗ ନିଜେ କରିବା ଓ ଅନ୍ୟକୁ କରାଇବା l ବୌଦ୍ଧ ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରମୁଖ ଦେବାଶିଷ ପୁରୋହିତ, ଯୋଗ ଶିକ୍ଷକ ବ୍ରଜକିଶୋର ରଣା ଓ ବିଜୟ କୁମାର ସାହୁ ୫୭ ଜଣ ଙ୍କୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଆସନ୍ତା ଜୁନ ୨୧ ତାରିଖ ବିଶ୍ୱ ଯୋଗ ଦିବସରେ ଯୋଗ କାର୍ଯ୍ୟକ୍ରମ କରିବା ଓ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବା ଲକ୍ଷ୍ୟ ନେଇ ଏହି ଶିବିରରେ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଦିଆଯାଇଥିଲା l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି, ଗୁରୁଜୀ, ଗୁରୁମା, ସେବକ ସେବିକା ସମସ୍ତେ ସହଯୋଗ କରିଥିଲେ l ହରଭଙ୍ଗା ଖଣ୍ଡ ସଂଘ ଚାଳକ ରାଜକିଶୋର ଅଗ୍ରୱାଲା ହରଭଙ୍ଗା ଖଣ୍ଡ ଯୋଗ ସମିତି ସଦସ୍ୟ ସଦସ୍ୟା ଙ୍କ ନାମ ଘୋଷଣା କରିଥିଲେ l କୁମୁଦଚନ୍ଦ୍ର ପ୍ରଧାନ ସଂଯୋଜକ, ବ୍ରଜକିଶୋର ରଣା ସହ ସଂଯୋଜକ, ମନୀଷା ସେଠି ସହ ସଂଯୋଜିକା, ରାଜକିଶୋର ଅଗ୍ରୱାଲା ମାର୍ଗଦର୍ଶକ, ସତ୍ୟନାରାୟଣ ନାୟକ ଯୋଗ ଶିକ୍ଷକ, ସିଦ୍ଧେଶ୍ୱର ପାଢ଼ୀ, ବାଳକୃଷ୍ଣ ପାତ୍ର, ରମାକାନ୍ତ ବାରିକ, ମନୋରମା ପୁରୋହିତ, ପ୍ରତିମା ନାୟକ ଓ ଶିଳ୍ପା ରାଣୀ ବେହେରା ଙ୍କୁ ନେଇ ଯୋଗ ସମିତି ଗଠନ କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed