ଯୌତୁକ ନିର୍ଯ୍ୟାତନା ଦେଇ ବଧୂ ହତ୍ୟା ଅଭିଯୋଗ , ଥାନାରେ ଏତଲା

। ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗରଗଡ଼ବାହାଲ ଗ୍ରାମରେ ଜଣେ ବିବାହିତା ମହିଳା ଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ବଧୂହତ୍ୟା କରିଥିବା ବିନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତକ ହେଳେ ସୁଶାନ୍ତ ଜାଲ ଙ୍କ ପତ୍ନୀ ପୁଷ୍ପାଞ୍ଜଳି ଜାଲ । ସୁଚନା ଅନୁସାରେ ଘଂଟୋପାଲି ଗ୍ରାମର ନନ୍ଦଲାଲ ଥପା ଙ୍କ ଝିଆରୀ ପୁଷ୍ପାଞ୍ଜଳି ଙ୍କୁ ଗରଗଡ଼ବାହାଲ ଗ୍ରାମର ସୁଶାନ୍ତ ଜାଲ ଙ୍କ ସହିତ ଗତ ୨୦୧୯ ମସିହାରେ ବିବାହ କରିଥିଲେ । ସେମାନଙ୍କ ସାମର୍ଥ୍ୟ ଅନୁସାରେ ଯୌତୁକ ମଧ୍ୟ ଦେଇଥିଲେ । ହେଲେ ବିଭିନ୍ନ ସମୟରେ ମୃତକ ପୁଷ୍ପାଞ୍ଜଳି ଙ୍କ ଶାଶୁଘର ଲୋକେ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିଲେ ବୋଲି ତାଙ୍କ ସ୍ୱାମୀ ସୁଶାନ୍ତ ଏବଂ ଖୁଡି ସୌଦାମିନୀ ଜାଲ ଅଭିଯୋଗ କରିଛନ୍ତି । ଏ ବାବଦ ରେ ବହୁଥର ବୁଝାମଣା ମଧ୍ୟ କରାଯାଇଥିଲା | ହେଲେ ଖବର ପାଇଲେ ଯେ ଅଚାନକ ତାଙ୍କର ଝିଆରୀ ଙ୍କ ଗତ ରବିବାର ଦିନ ମୃତ୍ୟୁ ହୋଇଛି । କେଉଁ କାରଣ ରୁ ତାଙ୍କ ମୃତ୍ୟୁ ହେଲା ପାରିବାର ଲୋକେ କେହି ସ୍ଵଷ୍ଟ କରୁ ନାହାନ୍ତି । ବିନିକା ଡାକ୍ତରଖାନା କୁ ତାଙ୍କୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଶାଶୁ ଘର ଲୋକେ ମାରିଦେଇଛନ୍ତି ବୋଲି ମୃତକ ପୁଷ୍ପାଞ୍ଜଳି ଙ୍କ କାକା ନନ୍ଦଲାଲ ଥପା ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଜାରି ରଖିଛି |
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )