ରଥଯାତ୍ରା ଦିତ୍ୱୀୟ ସମନ୍ୱୟ ବୈଠକ
ଚଳିତ ବର୍ଷର ବିଶ୍ଵପ୍ରସିଦ୍ଧ ରଥଯାତ୍ରାରକୁ ଅଘଟଣ ଓ ଦୁର୍ଘଟଣାବିହୀନ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯାଉଛି ।ଗତ ବର୍ଷ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ଭୁଲରୁ ଅନେକ କିଛି ଶିଖି ଜାନୁୟାରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଚଳିତ ବର୍ଷ ରଥଯାତ୍ରାରେ ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ ।ଚଳାଚଳ କରିବ ୩୭୦ ଟି ସ୍ଵତନ୍ତ୍ର ଟ୍ରେନ୍ ।ସହରର ବିଭିନ୍ନ ସ୍ଥାନରେ ଲାଗିବ ୬୫ ଟି ଡିସପ୍ଲେ।ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ଵୟ ବୈଠକରେ ଏଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଭିଓ ୧ – ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଛି।ବୈଠକରେ ରଥ ନିର୍ମାଣ ,ସ୍ଵାସ୍ଥ୍ୟ ଓ ପରିମଳ ,ବିଦ୍ୟୁତ୍ ଯୋଗାଣ ,ପାନୀୟ ଜଳ ଯୋଗାଣ ସୁରକ୍ଷା ,ପରିବହନ ବ୍ୟବସ୍ଥା,ରାସ୍ତାଘାଟ ନିର୍ମାଣ ,ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ବୈଠକରେ ସୂଚନା ଦେଇ କହିଥିଲେ ଏବର୍ଷ ଅଧିକ ଚାରମାଳ ସେଟ୍ ପାଇଁ ତାଳ ଗଛ କାଠ ପହଞ୍ଚିସାରିଛି।ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ।ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଗଠନ କରାଯାଇଛି।ରଥ ଟଣା ଓ ପହଣ୍ଡିକୁ ଅଧିକ ଗୁରୁତ୍ଵ ଦିଆଯାଇଛି।ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ ନିଆଯାଇଛି।ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ। ସହରର ବିଭିନ୍ନ ସ୍ଥାନରେ ହେବ ୩୦ ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ।ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ ।୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ଆସିବେ।ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ବୈଠକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ପୁରୀ ମହାନଗର ନିଗମ ପକ୍ଷରୁ ସହରର ସମସ୍ତ ନାଳ ଦୁଇ ଥର ସଫା କରାଯାଇଛି।ରେଡକ୍ରସ ରୋଡ ମୁଖ୍ୟ ଡ୍ରେନ ଓ ଗଙ୍ଗା ଯମୁନା ଡ୍ରେନ ସଫେଇ କରାଯାଇଛି।ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ।ଦେବସ୍ନାନପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ।୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ ।ରଥଯାତ୍ରାରେ ସ୍ବଚ୍ଛତାକୁ ଗୁରୁତ୍ଵ ଦିଆଯାଇଛି ।
ରଥଯାତ୍ରା ସୁପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ ।୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି ।ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ ।ଜନଗହଳି ନିୟନ୍ତ୍ରଣ ପାଇଁ ୨୮ ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ ।ଆମ୍ବୁଲାନ୍ସ ଗ୍ରୀନ କରିଡ଼ର କରାଯିବ ।ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟୀକାଲ ୟୁନିଟ ମୁତୟନ ରହିବ ।ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ ।ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖାଯାଇ ଜନଗହଳି ନିୟନ୍ତ୍ରଣ ,ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି , ଅପରାଧ ନିୟନ୍ତ୍ରଣ ,ରଥ ଟଣା ,ଦର୍ଶନ ପାଇଁ ଆଇପିଏସ ଅଧିକାରୀ ଦାୟିତ୍ୱରେ ରହିବେ।୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନା ରଖୁ ୧୩୦ ସ୍ଵତନ୍ତ୍ର ବସ ଚଳାଚଳ କରିବ।ସେହିପରି ରେଳ ବିଭାଗ ପକ୍ଷରୁ ୩୭୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ।୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି ।୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର ଓ ୧୨ ଟି ଏଟିଭିଏମ କାର୍ଯ୍ୟ କରିବ ।୮୦୦ ଆରପିଏଫ ଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ ।
ତେବେ ରଥଯାତ୍ରା ପୂର୍ବରୁ କାର୍ଯ୍ୟକ୍ଷମ ହେବନି ବହୁ ପ୍ରତିକ୍ଷୀତ ସିଦ୍ଧ ମହାବୀର ରେଳ ଓଭର ବ୍ରିଜ।ବୈଠକରେ ୧୪ ଟି ବିଭାଗର ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ , ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୁରୀ ,ସତ୍ୟବାଦୀ ଓ ପିପିଲି ବିଧାୟକ ଜିଲ୍ଲାପାଳ ,ଏସପି , ଅତିରିକ୍ତ ଡିଜି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
