July 4, 2026
Home » ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

0
WhatsApp Image 2026-07-03 at 6.25.09 PM

 

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ।ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ଭାବେ କାର୍ଯ୍ୟ କରି,ଉନ୍ନତ ସେବା ଯୋଗାଇ ଶୃଙ୍ଖଳିତ ରଥଯାତ୍ରା କୁ ସଫଳ କରିବା ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ର ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ନଗର ଉନ୍ନୟନ ବିଭାଗ ଏକ ପ୍ରମୁଖ ମାଧ୍ୟମ।ସହରକୁ ସଫା ସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା,ଶୌଚାଳୟ ବ୍ୟବସ୍ଥା କରିବା,ପାର୍କିଂ, ଆଲୋକିକରଣ ଇତ୍ୟାଦି ସମସ୍ତ କାର୍ଯ୍ୟ ର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।
ବର୍ତ୍ତମାନ ସୁଦ୍ଧା ସହରର ସମସ୍ତ ନଳାକୁ ସଫା କରାଯାଇଛି।ବଡଦାଣ୍ଡ ର ଉଭୟ ପାର୍ଶ୍ଵ ଡ୍ରେନ ଗୁଡିକ ଜାଗୃତି ୱ୍ବେଲଫେୟାର ସଂସ୍ଥା ଦ୍ଵାରା ସଫା ସରିଛି।୨୪ ଗୋଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି,ସହରର ସମସ୍ତ ସାହି,ଗଳି ରାସ୍ତା ମରାମତି କାମ ଓ ପଟ ହୋଲ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି, ବୁଲା ଗାଈଗୋରୁ ଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦା ଳ ବ୍ୟବସ୍ଥା କରାଯାଇଛି,ବର୍ଷା କୁ ଆଖି ଆଗରେ ରଖି ୩୦ ଟି ଖାଲୁଆ ଅଞ୍ଚଳ ଚିହ୍ନଟ କରାଯାଇ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପ ସେଟ ରଖାଯାଇଛି, ଏନଫୋର୍ସମେଣ୍ଟ କାର୍ଯ୍ୟ ନିୟମିତ କରାଯାଇଉଛି।
ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟସୂଚୀ ଅନୁସାରେ ପୁରୀ ମହାନଗର ନିଗମର ବିବିଧ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ସର୍ବାଧିକ ଗୁରୁତ୍ୱ ସ୍ବଛତା ଉପରେ ଦିଆଯିବା ସହ ସମସ୍ତ ନାଗରିକ ମାନଙ୍କୁ ସଚେତନ କରାଯିବ।କେହି ସ୍ବଛତା ନିୟମ ଉଲ୍ଲଙ୍ଘନ କରୁଥିଲେ ତାଙ୍କୁ ଫାଇନ କରାଯିବ ବୋଲି ସ୍ଥିର ହୋଇଛି । ଚଳିତ ରଥଯାତ୍ରା ରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ।ଶୁଖିଲା ଖାଦ୍ୟ ବଣ୍ଟା ଯାଇ ପାରିବ।ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ,ବିଭିନ୍ନ ସାଇନଏଜ ବା ସୂଚନା ଫଳକ ଲଗାଯାଇ ଖାଦ୍ୟ, ପାନୀୟ, ଚିକିତ୍ସା ଇତ୍ୟାଦି ସମ୍ପର୍କରେ ଲୋକ ଙ୍କୁ ସୂଚିତ କରାଯିବ ବୋଲି ସ୍ଥିର ହୋଇଛି। ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ସ୍ବତନ୍ତ୍ର ସଚିବ ବିନୟ କୁମାର ଦାସ,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ମହାନଗର ନିଗମର ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା, ମହାନଗର ନିଗମର ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *