May 9, 2026
Home » ରବିଧାନ ବିକ୍ରିରୁ ବଞ୍ଚିତ ହେବା ନେଇ ତାତିଲେ ମେଗାଲିଫ୍‌ଟ ଅଞ୍ଚଳର ଚାଷୀ।

ରବିଧାନ ବିକ୍ରିରୁ ବଞ୍ଚିତ ହେବା ନେଇ ତାତିଲେ ମେଗାଲିଫ୍‌ଟ ଅଞ୍ଚଳର ଚାଷୀ।

0
WhatsApp Image 2026-05-08 at 12.52.00 PM

 

 

କଳାହାଣ୍ଡି: ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ରବିଧାନ ପଞ୍ଜିକରଣ ଦାବିରେ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ।ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ଠପ ରହିଛି ।ସକାଳ ୬ଟା ରୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ। କୋକସରା ,ଧର୍ମଗଡ଼ ଅଞ୍ଚଲର ୧୫ହଜାର ଚାଷୀ ଙ୍କ ରବି ଧାନ କିଣା ପାଇଁ ପଞ୍ଜିକରଣ ହୋଇପାରୁନାହିଁ ।ରବି ଧାନ କିଣା ପାଇଁ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାର ଜନ ପ୍ରତିନିଧି ଓ ଚାଷି ପ୍ରତିନିଧି ଦଳ ରାଜ୍ୟ ସରକାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଚାଷି ଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଛି।ଇନ୍ଦ୍ରାବତୀ ମେଗାଲିଫ୍‌ଟ କେନାଲ ପରିସର ମଧ୍ୟରେ ଥିବା ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଳକର ୧୮,୮୫୫ ହେକ୍ଟର ଅଞ୍ଚଳର ଚାଷୀ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ପଞ୍ଜିକରଣ ଅବଧି ବୃଦ୍ଧି ପୁନର୍ବିଚାର କରିବା ପାଇଁ ଧର୍ମଗଡ ବିଧାୟକ, ଲାଞ୍ଜିଗଡ଼ ବିଧାୟକ, ଜୁନାଗଡ଼ ବିଧାୟକ ସମେତ ଅନ୍ୟମାନେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ, ଡେପୁଟି ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଚାଷୀଙ୍କ ସମସ୍ୟା ସରକାର ନିଶ୍ଚିତ ଶୁଣିବେ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ତେବେ ଲାଞ୍ଜିଗଡ଼ ବିଧାୟକ ରାଜ୍ୟ ସରକାରଙ୍କୁ ଦେଇଥ‌ିବା ଚିଠିର ଉତ୍ତରରେରାଜ୍ୟ ଡେପୁଟି ସଚିବ ସରୋଜ ପଣ୍ଡାଙ୍କ କାର୍ଯ୍ୟାଳୟରୁ ୨୧ତାରିଖରେ ଆସିଥିବା ଚିଠି ଚାଷୀଙ୍କୁ ନିରୁତ୍ସାହିତ କରିଥିଲା।ସୁଚନା ଯୋଗ୍ୟ ଯେ,ଉକ୍ତ ୩ଟି ବ୍ଳକର୧୮,୮୫୫ ହେକ୍ଟର ଜମିରେ ଚଳିତ ବର୍ଷ ମୋଟ ୭୬ଟି ଗାଁର ୫୬,୬୪୦ଜଣ ଚାଷୀ ରବିଧାନ ଚାଷ କରିଛନ୍ତି।ରାଜ୍ୟ ସରକାରଙ୍କ ପକ୍ଷରୁ ରବିଧାନ ବିକ୍ରି ପାଇଁ ପି-ପାସ ପଞ୍ଜୀକରଣ ଗତ ମାର୍ଚ୍ଚ ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଥିଲା। ମାତ୍ର ମେଗାଲିଫ୍ ଚାଷୀଙ୍କ ପାଇଁ ଅନଲାଇନରେ କୌଣସି ତଥ୍ୟ ନଥିବାରୁ ସେମାନେ ରବିଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏଥ‌ିରେ କୋକସରାବ୍ଲକର ୪୧ଟି ଗାଁର ୯୮୩୨ହେକ୍ଟର ଓ ଧର୍ମଗଡ଼ ବ୍ଳକର ୧୩ଟି ଗାଁର ୨୩୩୪, ମୋଟ ୧୨, ୧୬୬ ହେକ୍ଟର ଓ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୬୬୭୧ହେକ୍ଟର ଜମିର ଚାଷୀ ପ୍ରଭାବିତ ହେବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *