October 12, 2024
Home » ରାଇରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ବକର୍ମା ଜୟନ୍ତୀ ତଥା ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାଇରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବିଶ୍ବକର୍ମା ଜୟନ୍ତୀ ତଥା ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

0

 

 

ରାଇରଙ୍ଗପୁର : ରାଇରଙ୍ଗପୁର ପାଢିଆ ଧର୍ମଶାଳା ଠାରେ ଭାରତୀୟ ମଜଦୁର ସଂଘ ଆନୁକୂଲ୍ଯରେ ଆଜି ବିଶ୍ବକର୍ମା ଜୟନ୍ତୀ ଓ ରାଷ୍ଟ୍ରୀୟ ଶ୍ରମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ଏଥିରେ ଭାରତୀୟ ମଜଦୁର ସଂଘ ସହ ସହବନ୍ଧିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ | ଅଙ୍ଗନୱାଡି, ଆଶା, ଖଣିଖାଦନ, ଶିଳ୍ପ, କୁଷି, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ଯରତ କର୍ମକର୍ତ୍ତାମାନ ଯୋଗ ଦେଇଥିଲେ | ଏଥିରେ ସଭାପତିତ୍ବ କରିଥିଲେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ, ମୁଖ୍ଯ ଅତିଥି ଭାବେ ରାଜ୍ଯ ପଦାଧିକାରୀ ବରିଷ୍ଠ ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ ରାଜ୍ଯ ତରଫରୁ ଯୋଗ ଦେଇଥିଲେ | ମୁଖ୍ଯ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା ସଂପାଦକ ବୋଧି ରଜତ ମହାନ୍ତ, ଜିଲ୍ଲା ପ୍ରଚାର ପ୍ରମୁଖ ଅଙ୍କିତ ପାଢିଆ, ବି.ଏମ୍.ଏସ୍ ର ଜିଲ୍ଲା କୋଷାଧ୍ଯକ୍ଷ ନିଳାନ୍ଦ୍ରୀ ପାତ୍ର, ଅଙ୍ଗନୱାଡି ବ୍ଲକ ଅଧ୍ଯକ୍ଷ ଅମିତା ବେହେରା, ସଂଗଠନ ସଂପାଦକ ମେଘରାୟ ମାର୍ଣ୍ଡି ଓ କୌଶିକ କାଶ୍ଯପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | ବକ୍ତାମାନେ କହନ୍ତି ଯେ ମେ ପହିଲା ଶ୍ରମିକ ଦିବସ ଏହି ଘୁଣା ଓ ପ୍ରତିହିଂସାର ପ୍ରତୀକ | ବିଶ୍ବରେ ସାମ୍ଯବାଦମାନଙ୍କର ଭଲ ପ୍ରତିଆରା ଥିଲା | ସାମ୍ଯବାଦୀମାନଙ୍କର ଜମିଦାରୀ ଭଳି ହୋଇଥିଲା | ଶ୍ରମ ସଂଗଠନ, ଶ୍ରମ ଆନ୍ଦୋଳନ, ରାଜନୈତିକ ଦଳ ମାନଙ୍କ ଠାରୁ ଅଲଗା ସାମ୍ଯବାଦୀମାନେ ବିଶ୍ବାସ କରୁ ନଥିଲେ | ଭାରତୀୟ ମଜଦୁର ସଂଘର ସଂସ୍ଥାପକ ମାନନୀୟ ଦତ୍ତୋପନ୍ତ ଠେଂଗଳୀ ପ୍ରଥମକରି ଶ୍ରମିକ ସଂଗଠନ ଅଣରାଜନୈତିକ ଦଳ ଭାବେ କାର୍ଯ୍ଯ କରିପାରିବ ବୋଲି ସଂଗଠନ ୧୯୫୫ ମସିହା ଜୁଲାଇ ୨୩ ତାରିଖରେ ପ୍ରତିଷ୍ଠା କରି ସାରା ବିଶ୍ବରେ ଏକ ନମ୍ବର ଶ୍ରମିକ ସଂଗଠନ ଭାବେ ପ୍ରମାଣ କରିଥିଲେ | ହିନ୍ଦୁମାନଙ୍କର ପରମ ଆରାଧ୍ଯ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ ପାଳନ କରୁଛି | ଆଗାମୀ ଦିନରେ ମୟୂରଭଂଜ ଜିଲ୍ଲାରେ ଶ୍ରମିକ ସଂଗଠନକୁ ଅଧିକ ମଜବୁତ କରିବା ଲାଗି ରାଜ୍ଯ ପଦାଧିକାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ଜୋର ଦେଇଥିଲେ | ଅନ୍ଯମାନଙ୍କ ମଧ୍ଯରୁ ଧିରେନ୍ଦ୍ର ନାଥ ମାଝୀ, ଦାସମାତ ବେଶ୍ରା, ଦଶରଥ ମୁର୍ମୁ, କାପୁରା ମାର୍ଣ୍ଡି, ମିଡିଆ ପ୍ରମୁଖ ଶ୍ଯାମଳେନ୍ଦୁ ପରିଡା, କାମଚରଣ ମୁର୍ମୁ, ଲଖନ ହାଁସଦାଃ ଓ ବୁଦାୟ ମାର୍ଣ୍ଡି ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ | ପରିଶେଷରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂଗଠନ ସଂପାଦକ ମେଘରାୟ ମାର୍ଣ୍ଡି ଧନ୍ଯବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *