January 26, 2025
Home » ରାଇରଙ୍ଗପୁର ରେ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ରାଇରଙ୍ଗପୁର ରେ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

0

 

ବିକଶିତ ଭାରତ ପାଇଁ ସହରାଞ୍ଚଳର ବିକାଶ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗଣତାନ୍ତ୍ରିକ ଶାସନ ପଦ୍ଧତି ରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହେଉଛି କ୍ଷମତା ବିକେନ୍ଦ୍ରୀକରଣର ଏକ ଅଭିନ୍ନ ସୋପାନ.ଏହି ଐତିହାସିକ ବ୍ୟବସ୍ଥାକୁ ସ୍ମରଣୀୟ ଓ ଜନଆଦୃତ କରିବା ତଥା ଆଗାମୀ ଦିନରେ ଏହାକୁ ଆହୁରି ସୁଦୃଢ କରିବା ସହିତ ବିଭିନ୍ନ କ୍ଷେତ୍ର ରେ ରାଇରଙ୍ଗପୁର ସହରାଞ୍ଚଳ ବିକାଶକୁ ତରାନ୍ୱିତ କରିବା ଲକ୍ଷ୍ୟ ନେଇ ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୪ ମହାସମାରୋହ ରେ ପାଳିତ ହୋଇଯାଇଛି.

 

ଏହି ଅବସରରେ ସକାଳ ୭ ଘଟିକା ସମୟରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ , ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ଓ ଅନ୍ୟାନ୍ୟ ପାରିଷଦ ବୃନ୍ଦ ଏବଂ କର୍ମଚାରୀ ଙ୍କ ଉପସ୍ଥିତି ରେ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ସମବେତ ଜାତୀୟ ସଂଗୀତ ଗାନ କରାଯାଇଥିଲା

ଏହାପରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା. ଏହି ଉପଲକ୍ଷେ କଚେରୀ ପଡିଆ ଠାରେ ଆୟୋଜିତ ସମାରୋହ ଉତ୍ସବ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସାମୁହିକ ପ୍ୟାରେଡ ରେ ମୟୁରଭଞ୍ଜ ର ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ.ପୂର୍ବାହ୍ନ ୧୧ ଘଟିକା ସମୟରେ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ପୁନଃ ନବୀକରଣ ହୋଇଥିବା ମହତାବ ଭବନ ଏବଂ ବଡବନ୍ଧ ଠାରେ ନୂତନ ନୌବିହାର ପ୍ରକଳ୍ପ ଜନସାଧାରଣ ଙ୍କ ଉଦେଶ୍ୟ ରେ ଲୋକାର୍ପିତ ହୋଇଥିଲା.ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ପରେ ଦିବସର ମୁଖ୍ୟ ଅତିଥି, ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଅନ୍ୟାନ୍ୟ ପାରିଷଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ମାନଙ୍କ ସହିତ ମହତାବ ଭବନ ପରିଦର୍ଶନ କରିବା ସହିତ ବଡ଼ବନ୍ଧ ରେ ନୌକା ବିହାର କରିଥିଲେ. ଅପରାହ୍ନ ରେ ମହତାବ ଭବନ ଠାରେ କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ଓ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଉପଖଣ୍ଡ ଚିକିତ୍ସାଳୟ ରୋଗୀ ଏବଂ ଉପକାରାଗାର ଅନ୍ତେବାସୀ ମାନଙ୍କୁ ପୌରପାଳିକା ତରଫରୁ ଫଳ ବଣ୍ଟନ କରାଯାଇଥିଲା. ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳ ରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ କରାଯାଇଥିଲା.

ଆଜିର ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିକାଶ ରଞ୍ଜନ ମହାନ୍ତି, ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ ସୁପରିଚାଳନାରେ ପୌରପାଳିକା ର ସମସ୍ତ କର୍ମଚାରୀ ତଥା କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *