ରାଜନଗର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ଵାଚନରେ ଵିସିଜେଡିର ଵାଜିମାତ୍।
ଦୀର୍ଘ ଆଠଵର୍ଷ ନିରଵତା ପରେ ଚଳିତ ଵର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ଘେ।ଷଣା ପରେ ଛାତ୍ରଛାତ୍ରୀ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା।ହେଲେ କଲେଜର ଛାତ୍ର ସଂସଦ ନିର୍ଵାଚନ ପାଇଁ ଵିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ନିଜ ନିଜ ସପକ୍ଷରେ ପ୍ରାର୍ଥୀ ଚୟନରେ ଛକା ପଞ୍ଝା ଲାଗି ମାଡପିଟି ପର୍ଯ୍ୟନ୍ତ ଘଟଣା ଘଟି ଶେଷରେ କେତେକ କଲେଜରେ ନିର୍ଵାଚନ ସ୍ଥଗିତ ରହିଛି ।ଏହାମଧ୍ୟରେ ଶାନ୍ତି ଶୣଙ୍ଖଳାର ସହିତ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ଵାଚନ ଶେଷ ହେ।ଇଯାଇଛି। ଏହି କଲେଜର ମୋଟ 843ଭେ।ଟରଙ୍କ ମଧ୍ୟରୁ 714 ଜଣ ଛାତ୍ରଛାତ୍ରୀ ମତଦାନ କରିଥିଲେ।ଏବିଭିପି,ଏନ ଏସୟୁଆଇ ଓ ଵିସିଜେଡି ମଧ୍ୟରେ ସଭାପତି ଓ ସଂପାଦକଙ୍କ ସମେତ 13ଟି ପଦବି ପାଇଁ ଏହି ତିନୋଟି ସଂଗଠନ ପ୍ରତିଦ୍ଵନ୍ଦିତା କରୁଥିବା ବେଳେ ବିସିଜେଡିର 13କୁ 13ଵାଜିମାତ କରି ଏଭିଭିପିକୁ ଦ୍ଵୀତୀୟ ଏବଂ ଏନ ଏସୟୁଆଇକୁ ୩ୟ ସ୍ଥାନରେ ବାନ୍ଧିରଖିଲା।


ଵିସିଜେଡି ର ଵିଜୟୀ ପ୍ରାର୍ଥୀ ସଭାପତି- ରାକେଶ ଦାସ, ଉପସଭାପତି-ନଳିନୀ କାନ୍ତ ପ୍ରଧାନ, ରୁପାଲୀ ସ୍ବାଇଁ ସାଧାରଣ ସଂପାଦୀକା, ସହ ସଂପାଦିକା-ଗାୟତ୍ରୀ ମାଝି,ପ୍ରଭୁଜୀ ବିଶ୍ଵାଳ, ଦୀପ୍ତିମୟୀ ରାଉତ, ସୈ।ରଭ ଵେହେରା ପ୍ରମୁଖ ଶ୍ରେଣୀ ପ୍ରତିନିଧି, ଵର୍ଷାରାଣୀ ଚାନ୍ଦ -ସାଂସ୍କୣତିକ ସଂପାଦକ, ସହକାରୀ ସାଂସ୍କୃତିକ ସଂପାଦକ ସୂମିତ୍ରା ମିଲ୍ଲିକ, କ୍ରୀଡା ସଂପାଦକ ଭକ୍ତ ଵତ୍ସଳ ପରିଡା, ଦୀପୁଙ୍କର ଦାସ, ସହ ସଂପାଦକ, ଶସ୍ମୀତା ସେଠୀ ସପାଦକ ଡିଏସ ଏ, ସତ୍ୟବ୍ରତ କୁଣ୍ଡ ମ୍ୟାଗାଜିନ ସଂପାଦକ ଭାବେ ବିସିଜେଡିରୁ ନିର୍ଵାଚିତ ହେ।ଇ ବାହୁବଳ ଅର୍ଥ ବଳ ପ୍ରୟୋଗ ବିଜେପିକୁ ଶିକ୍ଷା ସମର୍ଥନ ଦେଖାଇଛନ୍ତି।
