June 30, 2025
Home » ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତାରେ କାଂସ୍ୟ ପଦକ,ସ୍ଵର୍ଣ୍ଣପଦକ ଜିତି ଜିଲ୍ଲାକୁ ଗୌରାନ୍ଵିତ

ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତାରେ କାଂସ୍ୟ ପଦକ,ସ୍ଵର୍ଣ୍ଣପଦକ ଜିତି ଜିଲ୍ଲାକୁ ଗୌରାନ୍ଵିତ

0
WhatsApp Image 2024-08-11 at 12.52.37 PM

 

୭୧ତମ ଓଡିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ୨୦୨୪ ପ୍ରତିଯୋଗୀତାରେ ଅପରାଜିତା ଭୂୟାଁ ସ୍ଵର୍ଣ୍ଣପଦକ ଓ ଉତ୍ତମ ଗୈରଡା କାଂସ୍ୟ ପଦକ ଜିତି ରାୟଗଡ଼ା ଜିଲ୍ଲାକୁ ଗୌରାନ୍ଵିତ କରିଛନ୍ତି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ଠାରେ ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତା ୱେଟ୍ ଲିଫ୍ଟିଂ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ମାସ ୯ ଅଗଷ୍ଟ ରୁ ୧୧ ଅଗଷ୍ଟ ୨୦୨୪ ପର୍ୟାନ୍ତ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାରୁ ୪ ପୁଅ,୧ ଝିଅ ଯାଇଥିଲେ।

ଏହି ପ୍ରତିଯୋଗିତାରେ ମହିଳା ୬୪ କିଲୋଗ୍ରାମ ବର୍ଗରେ ଅପରାଜିତା ଭୂୟାଁ ବରିଷ୍ଠ ମହିଳା ବର୍ଗରେ ୭୯/୯୮ ମୋଟ ୧୭୭ ଓଜନ ଉଠାଇ ରାଜ୍ୟସ୍ତରୀୟ ଖେଳରେ ସ୍ୱର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅପରାଜିତା ଭୂୟାଁ ଜଣେ ଓଡ଼ିଶାର ଉଚ୍ଚ ପ୍ରଶିକ୍ଷଣ କେନ୍ଦ୍ର କଳିଙ୍ଗ ଷ୍ଟାଡିୟମରେ ଅଧ୍ୟୟନ କରୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଝିଅ ।

 

ସେହିପରି ପ୍ରଥମ ଦିନରେ ପୁରୁଷ ୫୫ କିଲୋଗ୍ରାମ ବର୍ଗରେ ରାୟଗଡ଼ା ଜିଲ୍ଲାର ଉତ୍ତମ ଗୈରଡା କନିଶ୍ଟ ପୁରୁଷ ବର୍ଗରେ ୭୫/୯୫ ମୋଟ ୧୭୦ କିଲୋ ଓଜନ ଉଠାଇ ରାଜ୍ୟସ୍ତରୀୟ ଖେଳର ରାୟଗଡ଼ା ଜିଲ୍ଲା ପାଇଁ କାଂସ୍ୟ ପଦକ ଜିତିଛନ୍ତି ।
ଏହି ଅବସରରେ ରାୟଗଡ଼ା ଭାରତ୍ତୋଳନ ସଂଙ୍ଘର ସଂପାଦକ ଶ୍ରୀ ଦୋରା କଣ୍ଡାଗରୀ କହିଛନ୍ତି ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଖେଳିବା ସକାଶେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସହାୟତାର ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *