August 20, 2026
Home » ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତାରେ କାଂସ୍ୟ ପଦକ,ସ୍ଵର୍ଣ୍ଣପଦକ ଜିତି ଜିଲ୍ଲାକୁ ଗୌରାନ୍ଵିତ

ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତାରେ କାଂସ୍ୟ ପଦକ,ସ୍ଵର୍ଣ୍ଣପଦକ ଜିତି ଜିଲ୍ଲାକୁ ଗୌରାନ୍ଵିତ

0
WhatsApp Image 2024-08-11 at 12.52.37 PM

୭୧ତମ ଓଡିଶା ରାଜ୍ୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ୨୦୨୪ ପ୍ରତିଯୋଗୀତାରେ ଅପରାଜିତା ଭୂୟାଁ ସ୍ଵର୍ଣ୍ଣପଦକ ଓ ଉତ୍ତମ ଗୈରଡା କାଂସ୍ୟ ପଦକ ଜିତି ରାୟଗଡ଼ା ଜିଲ୍ଲାକୁ ଗୌରାନ୍ଵିତ କରିଛନ୍ତି। ଗଞ୍ଜାମ ଜିଲାରେ ବ୍ରହ୍ମପୁର ଠାରେ ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗୀତା ୱେଟ୍ ଲିଫ୍ଟିଂ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ମାସ ୯ ଅଗଷ୍ଟ ରୁ ୧୧ ଅଗଷ୍ଟ ୨୦୨୪ ପର୍ୟାନ୍ତ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାରୁ ୪ ପୁଅ,୧ ଝିଅ ଯାଇଥିଲେ।

ଏହି ପ୍ରତିଯୋଗିତାରେ ମହିଳା ୬୪ କିଲୋଗ୍ରାମ ବର୍ଗରେ ଅପରାଜିତା ଭୂୟାଁ ବରିଷ୍ଠ ମହିଳା ବର୍ଗରେ ୭୯/୯୮ ମୋଟ ୧୭୭ ଓଜନ ଉଠାଇ ରାଜ୍ୟସ୍ତରୀୟ ଖେଳରେ ସ୍ୱର୍ଣ୍ଣ ପଦକ ଜିତି ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅପରାଜିତା ଭୂୟାଁ ଜଣେ ଓଡ଼ିଶାର ଉଚ୍ଚ ପ୍ରଶିକ୍ଷଣ କେନ୍ଦ୍ର କଳିଙ୍ଗ ଷ୍ଟାଡିୟମରେ ଅଧ୍ୟୟନ କରୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଝିଅ ।

ସେହିପରି ପ୍ରଥମ ଦିନରେ ପୁରୁଷ ୫୫ କିଲୋଗ୍ରାମ ବର୍ଗରେ ରାୟଗଡ଼ା ଜିଲ୍ଲାର ଉତ୍ତମ ଗୈରଡା କନିଶ୍ଟ ପୁରୁଷ ବର୍ଗରେ ୭୫/୯୫ ମୋଟ ୧୭୦ କିଲୋ ଓଜନ ଉଠାଇ ରାଜ୍ୟସ୍ତରୀୟ ଖେଳର ରାୟଗଡ଼ା ଜିଲ୍ଲା ପାଇଁ କାଂସ୍ୟ ପଦକ ଜିତିଛନ୍ତି ।
ଏହି ଅବସରରେ ରାୟଗଡ଼ା ଭାରତ୍ତୋଳନ ସଂଙ୍ଘର ସଂପାଦକ ଶ୍ରୀ ଦୋରା କଣ୍ଡାଗରୀ କହିଛନ୍ତି ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଖେଳିବା ସକାଶେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସହାୟତାର ଦେବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed