July 6, 2025
Home » ରାଜ୍ୟ ବିଜେପିର କିଏ ହେବ? ନୂଆ ମୁଖିଆ

ରାଜ୍ୟ ବିଜେପିର କିଏ ହେବ? ନୂଆ ମୁଖିଆ

0
WhatsApp Image 2024-12-13 at 5.52.17 PM

ଭୁବନେଶ୍ବର: ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ପାଇଁ ନିର୍ବାଚନ ହେବ । ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି,ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ । ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମଣ୍ଡଳ ନିର୍ବାଚନ ଚାଲିଛି । ଜାନୁଆରୀ ମାସରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମଳିବ ।

ତେବେ ପ୍ରତି ୩ ବର୍ଷରେ ଥରେ ବିଜେପିର ସାଙ୍ଗଠନିକ ନିର୍ବାଚନ ହୁଏ । ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ନିର୍ବାଚନ ହେଉଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ । ଜିଲ୍ଲା ନିର୍ବାଚନ ଅଧିକାରୀ ମଣ୍ଡଳ ଅଧିକାରୀଙ୍କୁ ଚୟନ କରିବେ । ଏହାପରେ ମଣ୍ଡଳ ଅଧିକାରୀ ବୁଥ ସ୍ତରୀୟ ନିର୍ବାଚନ କରାଇବେ ।

ଚଳିତ ଥର ରାଜ୍ୟର ସାଙ୍ଗଠନିକ ନିର୍ବାଚନ ପାଇଁ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଏଥିସହିତ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତି ୩ ଜଣଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ବଛାଯାଇଛି । ଏନେଇ ଦୁଇମାସ ତଳେ ଦିଲ୍ଲୀରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକ ହୋଇଥିଲା । ଯେଉଁଥିରେ ଉଭୟ ପ୍ରତାପ ଷଡଙ୍ଗୀ ଏବଂ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ସାମିଲ ହୋଇଥିଲେ । ରାଜ୍ୟ ସଙ୍ଗଠନର ନବକଳେବର ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହି ଚର୍ଚ୍ଚାରେ ପୁଣି ଥରେ ମନମୋହନ ରିପିଟ ହୋଇପାରନ୍ତି ଶୁଣିବାକୁ ମିଳିଥିଲା ।

ତେବେ ଏବେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏଥର ପୁଣି ଥରେ ମନମୋହନ ମଙ୍ଗ ଧରିବେ ନା ଆଉ କିଏ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *