June 13, 2025
Home » ରାଜ୍ୟ ମାନବ ଅଧିକାର କମିଶନ ମାଗିଲେ ସମ୍ପାଦିକ ଶିବ ରଞ୍ଜନ ଦେ ଙ୍କ ର ମୃତ୍ୟୁ ର ସାକ୍ଷୀ ପ୍ରମାଣ

ରାଜ୍ୟ ମାନବ ଅଧିକାର କମିଶନ ମାଗିଲେ ସମ୍ପାଦିକ ଶିବ ରଞ୍ଜନ ଦେ ଙ୍କ ର ମୃତ୍ୟୁ ର ସାକ୍ଷୀ ପ୍ରମାଣ

0
WhatsApp Image 2024-09-09 at 4.05.38 PM

ଅକ୍ଟବର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଲିଭି ଗଲା ଜଣେ ସ୍ତ୍ରୀ ର ସିନ୍ଦୁର, ମାତ୍ର ୨ ଦିନ ପରେ କୁନି ଝିଅ ମିଷ୍ଟି (10)ର ଜନ୍ମ ଦିନ ଧୁମ ଧାମ ରେ ପାଳନ କରିବେ ବୋଲି ପ୍ରତିଶୃତି ଦେଇଥିବା ବାପା ଶିବ ରଞ୍ଜନ ଦେ, ଏହି ନିର୍ମାୟା ଦୁନିଆ ରେ ଏକା ଛାଡ଼ିଦେଇ ଚାଲି ଗଲେ ଆର ଦୁନିଆ କୁ… କେବଳ ଆଉ କେବଳ ଚିକିତ୍ସାଳୟ ର ଅବହେଳା ଯୋଗୁଁ ଭାସି ଗଲା ଏକ ସୁଖ ସଂସାର l ବରିଷ୍ଠ ସମ୍ପାଦିକ ଶିବ ରଞ୍ଜନ ଦେ ଙ୍କ ମୃତ୍ୟୁ ସରକାରୀ ହସ୍ପିଟାଲ ର ଅବହେଳା ଯୋଗୁ ଚେୟାର ରେ ବସି ଥିବା ଅବସ୍ଥା ରେ ହେଇଥିଲା l ଯାହା ପାଇଁ ସମ୍ପାଦିକ ଙ୍କ ପକ୍ଷ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଅଫିସ ସାମ୍ନା ରେ ଧାରଣା କରl ଯାଇଥିଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ସମ୍ପାଦିକ ମାନେ ଆସି ଧାରଣା ଦେଇ ଥିଲେ l ସେହି ସମୟ ରେ ସ୍ଥାନୀୟ ତଦନ୍ତ ହୋଇଥିଲା କିନ୍ତୁ ସେତେବେଳେ ବେଳେ ପ୍ରତିକାର ପାଇଁ ଯାହା ପ୍ରତିଶୃତି ମିଳି ଥିଲା ତାହା କିଛି ପୂରଣ ହେଇ ନଥିଲା l ତେବେ ଶିବ ରଞ୍ଜନ ଦେ ଙ୍କ ପତ୍ନୀ ରୁପା ଦେ ରାଜ୍ୟ ମାନବାଧିକାର କମିଶନ ଙ୍କ ପାଖରେ ସ୍ୱାମୀ ଙ୍କ ମୃତ୍ୟୁ ର କାରଣ ହସ୍ପିଟାଲ ଅବହେଳା ଯୋଗୁଁ ହୋଇଛି ବୋଲି ଅଭିଯୋଗ କରି ପିଟିସନ ଫାଇଲ କରିଥିଲେ l ଅବଶ୍ୟ ବହୁତ ସମୟ ଗଡି ଯାଇଥିଲା ହେଲେ ତା 19/8/2024 ରେ ଶୁଣାଣି ଆରମ୍ଭ ହେଇଥିଲା l ଶ୍ରୀମତୀ ରୁପା ଦେ ସ୍ୱାମୀ ଙ୍କ ମୃତ୍ୟୁ ଭିଡ଼ିଓ କମିଶନ ଙ୍କ ପାଖରେ ପ୍ରମାଣ ଆକାର ରେ ଉପସ୍ଥାପନା କରିଥିଲେ l ଶ୍ରୀମତୀ ରୁପା ଦେ ଙ୍କ କହିବା ଅନୁଯାଇ ଏବଂ ଭିଡ଼ିଓ ରେ ସ୍ପଷ୍ଟ ଦେଖିବା ଅନୁଯାଇ ବରିଷ୍ଠ ସମ୍ପାଦକ ଶିବ ରଞ୍ଜନ ଦେ, ଚେୟାର ରେ ବସି ଜୀବନ ଛଟ ପଟ ହୋଇ ଚାଲି ଯାଇଥଲା, ହେଲେ ଏମଆରଜେଣସି ଚିକିତ୍ସା କାହିଁକି ଦିଆ ଗଲାନି l ଏହି ପରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କ ଜୀବନ ଯାଉଥିଲା, ଯାଉ ଅଛି ଏବଂ ଯାଉ ଥିବ ଯେ ପର୍ଯନ୍ତ ତାଙ୍କୁ ଅବହେଳା ର ଦଣ୍ଡ ନ ମିଳିଛି l ଏହି ଅବସ୍ଥା କୁ ନେଇ ଶ୍ରୀମତୀ ରୁପା ଦେ ପ୍ରଶ୍ନ କରି ରାଜ୍ୟ ମାନବାଧିକାର କମିଶନ ଙ୍କ ଠାରୁ ନ୍ୟାୟ ଚାହିଁଛନ୍ତି l ଏଥର ସବୁ ଶୁଣିବା ଏବଂ ଭିଡ଼ିଓ ଦେଖିବା ପରେ ଆୟୋଗ ର ବରିଷ୍ଠ ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାସ, କେନ୍ଦୁଝର ଜିଲ୍ଲା ର ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ନିଜ ସାକ୍ଷୀ ର ଷ୍ଟେଟମେଣ୍ଟ ରେକର୍ଡ ଉପସ୍ଥାପନ କରିବାକୁ ନୋଟିସ କରିଛନ୍ତି l ଏବଂ ଆଗାମୀ ଶୁଣାଣି  ହେବ ବୋଲି ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *