April 16, 2026
Home »  ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷ ରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

 ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷ ରୁ ପଣା ବଣ୍ଟନ କାର୍ଯ୍ୟକ୍ରମ

0
WhatsApp Image 2026-04-16 at 4.28.28 PM

 

ଛତ୍ରପୁର:ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ଶ୍ରୀ ହନୁମାନ ଜୟନ୍ତୀ । ଏହି ଅବସର ରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ ସ୍ଥାନୀୟ ଗୌରୀଶଙ୍କରମନ୍ଦିର ନିକଟସ୍ଥ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସଭାପତି ତଥା ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁରୋ ସ୍କୁଲ ର ମୁଖ୍ୟ ତଥା ଆଇନଜୀବି ରଞ୍ଜନ ମହାପାତ୍ର ଯୋଗଦେଇ ପ୍ରଥମେ ପଣା ବଣ୍ଟନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ରେ ୧୧ ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠି, ୧୨ ନଂ ୱାର୍ଡ କାଉନସିଲର ଵି. ନିଶ୍ଚଳା ସ୍ୱାମୀ, ଟ୍ରଷ୍ଟ ଉପଦେଷ୍ଟା ଡ଼ଃ ପ୍ରଶାନ୍ତ ଶତପଥି, ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ସାହୁ, ଯୁବ ନେତା ମନୋଜ କୁମାର ବେହେରା, ମାଙ୍ଗେଲେଶ୍ଵର ରାଓ, ଏ. ରାମପ୍ରସାଦ, ଶିକ୍ଷକ ନେତା ରବି ନାରାୟଣ ବେହେରା, ଵି. ଗୋପାଳ ସ୍ୱାମୀ, ଏନ. ଲିଙ୍ଗରାଜ ରେଡ୍ଡୀ, ଭବାନୀ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ପଣ୍ଡା ଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କୁ ପଣା ବଣ୍ଟନ କରିଥିଲେ ଏବଂ ଓଡ଼ିଆ ନବବର୍ଷ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।।

 

muna behera nka report epa news

Leave a Reply

Your email address will not be published. Required fields are marked *