May 13, 2025
Home » ରାମ ନାରାୟଣ ଶ୍ରେଷ୍ଠ ଫାଷ୍ଟ ଏଡର ଭାବରେ ସମ୍ବର୍ଦ୍ଧିତ l

ରାମ ନାରାୟଣ ଶ୍ରେଷ୍ଠ ଫାଷ୍ଟ ଏଡର ଭାବରେ ସମ୍ବର୍ଦ୍ଧିତ l

0
WhatsApp Image 2024-09-15 at 3.37.43 PM

ସୁବର୍ଣ୍ଣପୁର — ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଉତ୍ସବରେ ରେଡକ୍ରସ କର୍ମୀ, ଫାଷ୍ଟ ଏଡର ତଥା ବିପତ୍ତି ବିପର୍ଯ୍ୟୟ ପରିଚାଳନା ରାଜ୍ୟ ସାଧନ କର୍ମୀ ରାମନାରାୟଣ ଦାଶ ରାଜ୍ୟ ସର୍ବ ଶ୍ରେଷ୍ଠ ଫାଷ୍ଟ ଏଡର ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ଭୁବନେଶ୍ୱର ଠାରେ ରେଡକ୍ରସ ଭବନରେ ଆୟୋଜିତ ହୋଇଥିବା ବିଶ୍ୱ ଫାଷ୍ଟ ଏଡର ଦିବସର ଭାବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ । ବିଗତ ଦିନରେ ଜରୁରିକାଳିନ ପରିସ୍ଥିତି ରେ ଅମୁଲ୍ୟ ଜୀବନ ବଂଚାଇବାରେ ସହାୟକ ତଥା ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ସ୍ୱେଚ୍ଛାସେବୀ, ମହିଳା, ଅଗ୍ନିଶମ ବିଭାଗ, ପୋଲିସ କର୍ମଚାରୀ, ଓଡ୍ରାଫ କର୍ମଚାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ଦେଇଥିବାରୁ ମୁଖ୍ୟ ଅତିଥି ଶ୍ରୀମତୀ ଷଡଙ୍ଗୀ ମାନପତ୍ର , ଉପଢୈାକନ ସହ ଅର୍ଥ ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସଚିବ ସିଟିଏମ୍ ସାଗୁଣା, ୟୁଥ ରେଡକ୍ରସ ଅଧିକାରୀ ରମେଶ ବେହେରା, ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ବହୁ ରେଡକ୍ରସ ଅଧିକାରୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବି ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ରାମନାରାୟଣ ଦାଶ ଡେଙ୍ଗ ହାଇସ୍କୁଲର କାର୍ଯ୍ୟରତ ଶିକ୍ଷକ ଯେ କି ପୂର୍ବରୁ ଓଡିଶା ସରକାର ଦ୍ୱାରା ସମାଜସେବୀ ଭାବରେ ପୁରସ୍କୃତ ହେବା ସହ ବ୍ଲଡ ହିରୋ ଏୱାଡ, ବ୍ଲଡ ମୋଟିଭେଟର ଏୱାର୍ଡ , ଗୋଲଡେନ ଆୱାର ହିରୋ ଏୱାର୍ଡ ତଥା ବିଗତ ବର୍ଷରେ ମୁଖ୍ୟମନ୍ତ୍ରୀ ଠାରୁ ଶ୍ରେଷ୍ଠ ଶିକ୍ଷକ ଭାବରେ ପୁରସ୍କୃତ ହୋଇଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *