ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ

0 3

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (RSS) ବରୀ ତରଫରୁ ବିଜୟା ଦଶମୀ ଉତ୍ସବ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର (RSS) ପ୍ରତିଷ୍ଠା ଦିବସ ପଞ୍ଚାୟତ କଲ୍ୟାଣ ମଣ୍ଡପ, ଅଟିରା ପାଳନ ହୋଇଯାଇଅଛି।। କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଡକ୍ଟର ଧ୍ରୁବଚରଣ ଦାସ ସହ ଜିଲ୍ଲା ସେବା ପ୍ରମୁଖ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ସଂଜୀବ ବିଶ୍ଵାଳ ମାର୍ଗଦର୍ଶନ କରିଥିଲେ। ଅତିଥି ପରିଚୟ ସହ ସଭା କାର୍ଯ୍ୟକ୍ରମ ପରିଚାଳନା ବରୀ ଖଣ୍ଡ RSS ମୁଖ୍ୟ କାର୍ଯ୍ୟବାହ ଦୀପକ୍ ଭରଦ୍ୱାଜ ଦ୍ଵାରା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରୀ ବ୍ଲକ ସମେତ ବରୀ ଆଖପାଖପଞ୍ଚାୟତର ବହୁ ସ୍ଵୟଂସେବକ ସହ ବିବିଧ କ୍ଷେତ୍ର ର କର୍ମକର୍ତ୍ତା, ବଜରଙ୍ଗକର୍ମୀମାନେ ଯୋଗଦେଇଥିଲେ। ବିଶ୍ବହିନ୍ଦୁ ପରିଷଦ ବରୀ ପ୍ରମୁଖ ଚିତ୍ତରଞ୍ଜନ ପରିଡ଼ା, ମାତୃଶକ୍ତି ର ଜିଲ୍ଲା ପ୍ରମୁଖ କଲ୍ୟାଣୀ କର, ବଜରଙ୍ଗ ଦଳ ପ୍ରମୁଖ ପଙ୍କଜ କର, ଅଲେଖ ଚନ୍ଦ୍ର ମଲ୍ଲିକ, କବିର ଦାସ, ମନୋଜ ମହାପାତ୍ର, ଧିରିତିରଞ୍ଜନ ବାରିକ, ଭାଜପା ରାଷ୍ଟ୍ରୀୟ ପଛୁଆ ବର୍ଗ କାର୍ଯ୍ୟକାରିଣୀ ସଦସ୍ୟ ଆଶୁତୋଷ ପରିଡ଼ା, ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ରବିନାରାୟନ ବେହେରା,ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ଜେନା, ପ୍ରଫୁଲ୍ଲ ଗିରି, ସରୋଜ ସାହୁ, ନରହରି ପରିଡ଼ା, ଜିତେନ୍ଦ୍ର କୁମାର ପଣ୍ଡା,ଅମୂଲ୍ୟ ପଣ୍ଡା,ପ୍ରଫୁଲ୍ଲ କୁମାର ପଣ୍ଡା, ସଂଗ୍ରାମ କେଶରୀ ଦାସ, ସବ୍ରଜିତ୍ ଧଳ, ପ୍ରକାଶ ମିଶ୍ର, କେଦାର ପ୍ରମୁଖ ଯୋଗ ଦେଇଥିଲେ।

ଯାଜପୁର ଜିଲ୍ଲା ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.