ରାୟଗଡ଼ା ଉପଜିଲ୍ଲାପାଳ ଦୁର୍ଘଟଣାଗ୍ରସ୍ତ ପିଡିତା ମହିଳାଙ୍କୁ ଚିକିତ୍ସା ଯୋଗାଇ କଲେ ନିଜ ମହାନତା ପ୍ରଦର୍ଶନ
ରାୟଗଡ ଉପଜିଲ୍ଲାପାଳ ଗୁରୁବାର ଦିନ ଏକ ଦୁର୍ଘଟଣାର ଶିକାର ହୋଇ ରାସ୍ତା ପାର୍ଶ୍ୱରେ ପଡିରହିଥିବା ମହିଳାଙ୍କୁ ଦେଖି ନିଜ ସରକାରୀ ବାହାନରେ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ସୂଚନାନୁଯାୟୀ ଉପଜିଲ୍ଲାପାଳ ଶ୍ରୀମତି କଲ୍ୟାଣୀ ସଙ୍ଘମିତ୍ରା ଦେବୀ ତାଙ୍କ କାର୍ଯ୍ୟାଳୟରୁ ବାହାରି କଲ୍ନୋରା ବ୍ଲକରେ ଇନସ୍ପେକ୍ଟନ ପାଇଁ ଯାଉଥିବାବେଳେ କତାପେଟା ଠାରେ ରାସ୍ତାର ବାମ ପାର୍ଶ୍ୱରେ ଏକ ଭିଡ଼ ଦେଖିଥିଲେ। ସେ ଡ୍ରାଇଭରକୁ ଅଟକାଇବାକୁ କହିଥିଲେ ଏବଂ ଘଟଣା ବିଷୟରେ ସେଠାରେ ଗହଳିଥିଲା ଲୋକଙ୍କୁ ପଚାରି ବୁଝିବାରୁ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଜଣେ ମହିଳା ସଡ଼କ ଦୁର୍ଘଟଣାରେ ଚେତାଶୂନ୍ୟ ହୋଇ କାନରୁ ରକ୍ତସ୍ରାବ କରୁଛନ୍ତି, ସେତେବେଳେ ସେ ପୀଡିତାଙ୍କୁ ଉଠାଇ ନେଇ ତାଙ୍କ ସରକାରୀ କାରରେ ଡାକ୍ତରଖାନା ନେଇ ଆସିଥିଲେ ।ତାହା ପୁର୍ବରୁ ଉପଜିଲ୍ଲାପାଳ ସରକାରୀ ଡାକ୍ତରଖାନା ଅଧିକାରୀଙ୍କ ସହ ଯୋଗାଯୋଗ କରି ପୀଡିତାଙ୍କୁ ନେଇ ପ୍ରାଥମିକ ଚିକିତ୍ସା କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ କହିଥିଲେ ଯେ ସେମାନେ ୧୦୮ ଜରୁରୀକାଳୀନ ସେବା ବିଷୟରେ ସୂଚନା ଦେଇଛନ୍ତି, କିନ୍ତୁ ବିଳମ୍ବ ହେବାର କାରଣ ଜଣା ପଡିନାହିଁ। ଉପଜିଲ୍ଲାପାଳ ଘଟଣାସ୍ଥଳରେ ଥିବା ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ସ୍ବାମୀଙ୍କୁ ପଚାରି ବୁଝିବାରୁ ଜଣାପଡିଥିଲା ଯେ ରାୟଗଡ଼ା ଜିଲ୍ଲାର କଲ୍ୟଣସି°ପୂର ର ବଡଦୁଆରସାହି ବାସିନ୍ଦା ଗଜେନ୍ଦ୍ର ଗରଡିଆ ତାଙ୍କ ସ୍ତ୍ରୀ ରୁକ୍ମୀଣି ଗରଡିଆଙ୍କ ସହ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ସମୟରେ ଉପଜିଲ୍ଲାପାଳଙ୍କ ଉକ୍ତ ମହାନ ମହତ କାର୍ଯ୍ୟ ନେଇ ସୋସିଆଲ ମିଡିଆରେ ତାଙ୍କ ପଦକ୍ଷେପ ବିଷୟକୁ ନେଇ ପ୍ରଶଂସା କରାଯାଇଥିଲା।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )