August 21, 2026
Home » ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0
WhatsApp Image 2026-01-20 at 1.00.08 PM

ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ତିନି ସହରରେ କାର୍ଯ୍ୟରତ ୨୦୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଏହି ଅବସରରେ ମିଡ଼ିଆ କେୟାର୍ସର ରାଜ୍ୟ ସଭାପତି ଭକ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶୁଭଦର୍ଶନି ମିଶ୍ର, ରଞ୍ଜନ କୁମାର ଦାସ, ନାରାୟଣ ସାହୁ, ସମୀର ଆଚାର୍ଯ୍ୟ, ବାଲାଜି ସାହୁ, ଭବାନୀ ମିଶ୍ର, ରାଜେନ୍ଦ୍ର କୁମାର ଦାସ, ସତ୍ୟଜିତ ମହାନ୍ତି, ପବିତ୍ର ମୋହନ ସେଠୀ, ଉତ୍ତମ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଡ଼ିଆ କେୟାର୍ସ ସଭ୍ୟ ଓ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋଆ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶନି ମିଶ୍ର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ଅବଗତ କରିଥିବା ବେଳେ ସୋଆ ପରିଚାଳନା ନିର୍ଦ୍ଦେଶକ କିଭଳି ସେବା ପ୍ରଦାନ କରିଥିଲେ ଓ ସହାୟତା ହାତ ବଢ଼ାଇଥିଲେ ତାହାର ସୂଚନା ଦେଇଥିଲେ।

ମିଡ଼ିଆ କେୟାର୍ସ ଜିଲ୍ଲା ସଭାପତି ବାଦଲ କୁମାର ତା ବୈଠକରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିସହ ଜିଲ୍ଲାର ସାମ୍ବାଦିକଙ୍କ ପାଇଁ ସଂଗଠନ ପକ୍ଷରୁ ଗ୍ରହଣ ହୋଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ କରୋନା କାଳରେ କେଉଁଭଳି ସହାୟତା ସାମ୍ବାଦିକଙ୍କୁ ପ୍ରଦାନ ହୋଇଥିଲା ତାହାର ସୂଚନା ଦେଇଥିଲେ। ଏହି ଅବସରରେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ମିଡିଆ କେୟାର୍ସ ଗଠନ ସମ୍ପର୍କରେ ସୂଚନା ଦେବା ସହ କରୋନା ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସମ୍ ହସ୍ପିଟାଲ ମିଡିଆ କେୟାର୍ସ ସାମ୍ବାଦିକଙ୍କୁ କିଭଳି ସାହାଯ୍ୟ ପ୍ରଦାନ କରୁଛି ତାହାର ସୂଚନା ଦେଇଥିଲେ।

ଏହି ଅବସରରେ ସୋଆ ପରିଚାଳନା ନିର୍ଦ୍ଦେଶକ ମନୋଜ ରଞ୍ଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଭକ୍ତ। କରୋନା ସମୟରେ ମିଡିଆ କେୟାର୍ସ ଗଠନର ପରିକଳ୍ପନା କରାଯାଇଥିଲା। ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହା ଗଠନ ହୋଇଛି ବୋଲି ସୂଚନା ଦେବା ସହ ଗୋଷ୍ଠୀ ବୀମା କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବରିଷ୍ଠ ସଭ୍ୟ ରଶ୍ମି ରଞ୍ଜନ ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପ ରଞ୍ଜନ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୟାନନ୍ଦ ଖାଡଙ୍ଗା, ଗୁରୁ ପ୍ରସାଦ ସାହୁ, ଅଜୟ କୁମାର ରଥ, ଗୌରି ଶଙ୍କର ପଟ୍ଟନାୟକ, ଅନିଲ୍ ସାହୁକାର, ଦୀପକ ପୃଷ୍ଟି, ସୀମାଞ୍ଚଳ ପଣ୍ଡା, ରବିନ୍ଦ୍ର ପାଟଖଣ୍ଡାଳ, ଶିବ ପ୍ରସାଦ ପାଢ଼ୀ, ଗଣେଶ କୁମାର ସାହୁ, ଯୋଗେଶ୍ୱର ଦାସ, ଏମ୍. ବିଦ୍ୟାସାଗର, ବିଜୟ ଦାସ, ମନୋଜ ସାହୁ, ଜନ୍ମେଜୟ ସ୍ବାଇଁ, ମୁନା ପାଣି, ରାଜେନ୍ଦ୍ର ମିଶ୍ର, ଶିବ ପ୍ରସାଦ ନରେନ୍ଦ୍ର, ପ୍ରମୋଦ ପଣ୍ଡା, ଗୁପ୍ତେଶ୍ୱର କୌସଲ୍ୟା ଓ ନରେନ୍ଦ୍ର ନିସାଲ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସୁନାମଧନ୍ୟ ଡାକ୍ତର ରାଜେନ୍ଦ୍ର ମଣ୍ଡଳ ଓ ସ୍ବାସ୍ଥ୍ୟ ବିଭାଗ ଏପିଏମ୍ କିରଣ କୁମାର ପାତ୍ରଙ୍କୁ ମିଡ଼ିଆ କେୟାର୍ସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।