May 15, 2025
Home » ରାୟଗଡ଼ା ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଶ୍ରୀମତି ଶ୍ରୀମତୀ ପାରୁଲ ପାଟୱାରୀ ଆଇଏଏସ

ରାୟଗଡ଼ା ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଶ୍ରୀମତି ଶ୍ରୀମତୀ ପାରୁଲ ପାଟୱାରୀ ଆଇଏଏସ

0
WhatsApp Image 2024-08-13 at 5.08.07 AM

 

ରାୟଗଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ୨୦୧୫ ଆଇଏଏସ ବ୍ୟାଚର ଶ୍ରୀମତୀ ପାରୁଲ ପାଟୱାରୀ, ଆଇଏଏସ ୧୨/୦୮/୨୪ ତାରିଖ ସୋମବାର ଦିନ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ଅପରାହ୍ନ ଶ୍ରୀମତୀ ପାଟୱାରୀ ଭାରପ୍ରାପ୍ତ ଜିଲ୍ଲାପାଳ ଭାବରେ ଥିବା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଠାରୁ ଦାୟିତ୍ ଗ୍ରହଣ କରିଥିଲେ। ଦୁଇ ଦିନ ପୂର୍ବେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବରେ ୨୦୧୯ ବ୍ୟଚର ଆଇଏଏସ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଭାନ୍ ମହାଜନଙ୍କ ସ୍ଥାନାନ୍ତର ହେବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ। ଶ୍ରୀମତି ପାରୁଲ ଏଥି ପୁର୍ବରୁ ସେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସହ “ମୋ ସ୍କୁଲ”ର ଅତିରିକ୍ତ ସଦସ୍ୟ ସଚିବ ଦାୟିତ୍ବରେ ଥିଲେ ।

ସୋମବାର ଅପରାହ୍ନରେ ନୂତନ ଜିଲ୍ଲାପାଳ ଶ୍ରୀମତି ପାଟୱାରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ସମୟରେ ତାଙ୍କୁ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ,ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ ସ୍ୱାଗତ କରିଥିଲେ। ଦାୟିତ୍ ଗ୍ରହଣ କରିବା ପରେ ନୂତନ ଜିଲ୍ଲାପାଳ ଜିଲ୍ଲା ଅଧିକାରୀଙ୍କ ସହ ବୈଠକ କରି ଅନେକ ପ୍ରଶାସନିକ ବିଭାଗ ଯାଞ୍ଚ କରିଥିଲେ।
ପ୍ରକାଶ ଥାଉ ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସରକାରଙ୍କ ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ, ଭୁବନେଶ୍ୱର ଦ୍ୱାରା ୦୭ ଅଗଷ୍ଟ ୨୦୨୪ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ୧୯ ଜଣ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed