June 20, 2026
Home » ରାୟଗଡ଼ା ବର୍ବରତା ଘଟଣାରେ ବଡ଼ ଆକ୍ସନ, ୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାୟଗଡ଼ା ବର୍ବରତା ଘଟଣାରେ ବଡ଼ ଆକ୍ସନ, ୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

0
Screenshot 2026-06-20 152307

 

ପିଲା ଚୋର ସନ୍ଦେହରେ ଉଚ୍ଚଶିକ୍ଷିତ ଯୁବତୀଙ୍କୁ ଅର୍ଦ୍ଧ ଉଲଗ୍ନ କରି ଦେଇଥିଲେ ନିର୍ଯାତନା

କଲ୍ୟାଣସିଂହପୁର ଭିଡ଼ ହିଂସା ଓ ବର୍ବରତା ଘଟଣା ପୁଣି ଥରେ ରାଜ୍ୟକୁ ଲଜ୍ଜିତ କରିଛି। ଜଣେ ମହିଳାଙ୍କୁ ବିବସ୍ତ୍ର କରି ପିଟିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଘଟଣାରେ ରାଜନୀତି ବି ଆରମ୍ଭ ହୋଇଗଲାଣି। ହେଲେ ଏସବୁ ଭିତରେ ଘଟଣାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଭିଡିଓ ଫୁଟେଜ୍ ଆଧାରରେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡ଼ା ପୋଲିସ।

ସୂଚନାଥାଉକି, ମଙ୍ଗଳବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଏନଜିଓରେ କାର୍ଯ୍ୟରତ ଦୁଇ ଜଣ କର୍ମୀ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ଯାଉଥିଲେ। ହେଲେ ଗୁଗଲ୍ ମ୍ୟାପରେ ଭୁଲ୍ ରାସ୍ତା ଯୋଗୁ ସେମାନେ କଲ୍ଯାଣସିଂହପୁର ବ୍ଲକର ଏକ ଆଦିବାସୀ ଅଞ୍ଚଳରେ ଫସିଯାଇଥିଲେ। ପୁଣି ହିନ୍ଦି ଭାଷାରେ କଥା ହେଉବାରୁ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ପିଲା ଚୋର ଭାବି ସନ୍ଦେହ କରି ପିଛା କରିଥିଲେ। ପରେ କଲ୍ଯାଣସିଂହପୁର ସହରର ସାଇନଗର ଅଞ୍ଚଳରେ ଯୁବତୀ ଜଣକ ଭିଡ଼ହିଂସାର ଶିକାର ହୋଇଥିଲେ।

ବଡ଼ କଥା ହେଲା ଭିଡ଼ ଏତେ ଉଗ୍ର ହୋଇଥିଲା ଯେ, ମହିଳା ଜଣଙ୍କୁ ବିବସ୍ତ୍ର କରି ନିର୍ଯ୍ଯାତନା ଦିଆଯାଇଥିଲା। ପୀଡ଼ିତାଙ୍କ ସମେତ ଅନ୍ଯ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ଼ ମାରିଥିଲେ ଉତ୍ଯକ୍ତ ଲୋକେ । ତେବେ ପୂର୍ବରୁ ପୋଲିସ ଏହି ଘଟଣାରେ ପୋଲିସ ୩ଟି ମାମଲା ରୁଜୁ କରିଥିବା ବେଳେ ଗୁରୁବାର ୧୬ ଜଣକୁ ଗିରଫ କରିଛି। ଏମିତିରେ ଆଗକୁ ଗିରଫଦାରୀ ବଢ଼ିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *