ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ “ଆତ୍ମରକ୍ଷା ତାଲିମ” ର ଉଦଯାପନୀ
ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ ତା-୧୪-୦୯-୨୦୨୪ ସକାଳ ୯.୦୦ ଘଣ୍ଟା ସମୟରେ “ଆତ୍ମରକ୍ଷା ତାଲିମ” ର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ପୋଲିସ ଅଧିକ୍ଷକ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର । ଏହି ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ୨୪-୦୮-୨୦୨୪ ତାରିଖ ରୁ ୨୦ ଦିନ ପର୍ଯ୍ୟନ୍ତ ଚାଲିଥିବା ସହ ଯୁକ୍ତ ତିନି ଦ୍ଵିତୀୟ ବର୍ଷର( କଳା,ବାଣିଜ୍ୟ,ବିଜ୍ଞାନ) ୩୪୨ ଛାତ୍ରୀ ତାଲିମ ନେଉଥିଲେ । ପ୍ରଥମେ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଵଳ କରାଯାଇଥିଲା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ଆତ୍ମରକ୍ଷାର ଆବଶ୍ୟକତା ବୁଝାଇ ବେଦ,ମହାଭାରତ, ସ୍ଵାଧୀନ ଆନ୍ଦୋଳନ,ଅନେକ ସାଂପ୍ରତିକ ବିଷୟରେ ଅବଗତ କରାଇ କେମିତି ନିଜକୁ ସୁରକ୍ଷିତ ରଖିବା ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଡଃ. ସରସ୍ଵତୀ ରାୟ, ଏ . ଶ୍ରୀନିବାସ, ଶ୍ରୀ ୱାଇ.ଭି. ସାଇମାଧବ,ଆତ୍ମରକ୍ଷା ସଂଯୋଜିକା କେ.କେ.ଜାନୀ, ହିମାଲୟା ଶବର ସହ ଆଦି ଅଧ୍ୟାପକ ଅଧ୍ୟାପିକା ସହ ଛାତ୍ରୀମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କୁ ପୁଷ୍ପକୁଣ୍ଡ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆତ୍ମରକ୍ଷାର ସଂଯୋଜିକା କେ.କେ.ଜାନୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ ହିମାଲୟା ଶବର ।