ରାୟଗଡ଼ ପୌରପାଳିକାର ଅଧ୍ୟକ୍ଷ ଏବଂ ୧୬ ନମ୍ବର ୱାର୍ଡର କାଉନସିଲରଙ୍କୁ ନିଲମ୍ବିତ
ରାୟଗଡ଼ ପୌରପାଳିକାର ଅଧ୍ୟକ୍ଷ ଏବଂ ୧୬ ନମ୍ବର ୱାର୍ଡର କାଉନସିଲରଙ୍କୁ ବିଜେଡି ଦଳ ବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ବିଜୁ ଜନତା (ବିଜେଡି) ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ପାଇଁ ରାୟଗଡ଼ ପୌରପାଳିକାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଟାନାୟାଖୁନି ମହେଶ ପଟ୍ଟନାୟକ ଏବଂ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ଶ୍ରମିତା ପାଢ଼ୀଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ତୁରନ୍ତ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ନାୟକ ୨୯/୦୯/୨୦୨୬ ତାରିଖରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ଭୁବନେଶ୍ୱରର ଶଙ୍ଖ ଭବନରେ ବିଜେଡି ଦଳର ମୁଖ୍ୟାଳୟରୁ ଜାରି ହୋଇଥିବା ନିର୍ଦ୍ଦେଶାନାମା ପତ୍ର ସଂଖ୍ୟା:୧୮୦/୦୯/ଏସବି/ବିଜେଡି/୨୦୨୬ ଅନୁଯାୟୀ ନିଲମ୍ବନ ତୁରନ୍ତ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଥିବା ବେଳେ ଏହାର କପି ସମ୍ପୃକ୍ତ ଦଳଗୁଡ଼ିକୁ ପଠାଯାଇଥିବା ନେଇ ଉକ୍ତ ନିଲମ୍ବନ ପତ୍ରିକାରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ କି ଯେ,ଦଳ ବିରୋଧୀ କାର୍ଯ୍ୟକଳାପ ପ୍ରମାଣିତ ହେବା ଯୋଗୁଁ ଉଚ୍ଚସ୍ତରୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ତ୍ୱରିତ ନିଷ୍ପତ୍ତି ଏକତା ଏବଂ ଶୃଙ୍ଖଳାକୁ ଦୁର୍ବଳ କରୁଥିବା କାର୍ଯ୍ୟ ବିରୁଦ୍ଧରେ ଦଳୀୟ ନେତୃତ୍ୱର କଠୋର ଆଭିମୁଖ୍ୟକୁ ପ୍ରଦର୍ଶନ କରିଛି ଯାହାକି ଆଗାମୀ ସମୟରେ ରାୟଗଡ଼ର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିକୁ ସମାଧାନ କରିବା ପାଇଁ ସ୍ଥାନୀୟ ବିଜୁ ଜନତା ଦଳର ଆହୁରି ଦୃଢ଼ ସହ ବିକାଶଧାରା ଆଶା କରାଯାଉଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
