October 10, 2024
Home » ରାୟଗଡ଼ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ୨୦୨୪ର ଶୁଭ ଉଦଘାଟନ

ରାୟଗଡ଼ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ୨୦୨୪ର ଶୁଭ ଉଦଘାଟନ

0

 

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୧୭ ସେପ୍ଟେମ୍ବର ୨୦୨୪ ଜନ୍ମଦିନ ଅବସରରେ ପ୍ରାୟ ୧୦ ଲକ୍ଷ ନୂତନ ପିଏମ୍ଏୱଇ -ଜି ହିତାଧିକାରୀଙ୍କୁ ପ୍ରଥମ “କିସ୍ତି ପ୍ରଦାନ କରିବେ। ଏହି ଅବସରରେ ରାୟଗଡ଼ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ୨୦୨୪ର ଶୁଭ ଉଦଘାଟନ ହୋଇଯାଇଛି। କର୍ୟକ୍ରମରେ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼ ଅତିଥିବୃନ୍ଦ୍ମକୁ ସ୍ବାଗତ କରିବା ପରେ ରାଜ୍ୟ ଦ୍ବାରା ପ୍ରଚଳିତ ସୁଭଦ୍ରା ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା।ସୁଭଦ୍ରା ଯୋଜନା ନିମନ୍ତେ ଯୋଗ୍ୟତା,ସହାୟତା କିସ୍ତି ପ୍ରଦାନର ବ୍ୟବସ୍ଥା ବିଷୟ ନେଇ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ଦାଶ ଆଲୋଚନା କରିଥିଲେ। ଏହା ପାରେ ମହିଳା ସଂୟ ସହାୟକ ଗୋଷ୍ଠୀ , ସ୍ବଚ୍ଛତା ହିଁ ସେବା ,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସଫଳତା ସମ୍ପର୍କିତ ସଚେତନତା ଭିଡିଓ ପ୍ରଦର୍ଶନ ହୋଇଥିଲା। ମଞ୍ଚାସିନ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ,ରାୟଗଡ଼ ଉପଜିଲ୍ଲାପାଳ,ରାୟଗଡ଼ ତହସିଲଦାର,ବିଡ଼ିଓ,ବ୍ଲକ ଅଧ୍ୟକ୍ଷା,ରାୟଗଡ଼ ସିଡିପିଓ ସମସ୍ତ ଅତିଥିବୃନ୍ଦ ସୁଭଦ୍ରା ଯୋଜନା ନେଇ ସମ୍ପୁର୍ଣ୍ଣ ତଥ୍ୟ ସହ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଘର ସମାପ୍ତ କରୁଥିବା ପିଏମ୍ଏୱଇ -ଜି ହିତାଧିକାରୀଙ୍କ ଗୃହ ପ୍ରବେଶ ମଧ୍ୟ ଆୟୋଜିତ ହେବ। ରାୟଗଡ ସହରରେ ସ୍ଥିତ ଜିସିଡି ହାଇସ୍କୁଲ ଗ୍ରାଉଣ୍ଡରେ ପାଳନ କରାଯାଇଥିବା ଜିଲ୍ଲା ସ୍ତରୀୟ ସମାରୋହରେ ୪୦ ପିଏମ୍ଏୱଇ -ଜି ହିତାଧିକାରୀ, ଗୃହ ପ୍ରବେଶଙ୍କ ମଧ୍ୟରୁ ୨୦ଜଣ ଏବଂ ନୂତନ ମଞ୍ଜୁରୀ ପ୍ରାପ୍ତ ହିତାଧିକାରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପାଇଛନ୍ତି ।

ଏହି ପରିପ୍ରେକ୍ଷୀରେ, ଜିଲ୍ଲା ସ୍ତରରେ ଗୃହ ପ୍ରବେଶ ସମାରୋହ ସହିତ ପ୍ରଥମ “କିସ୍ତି” ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିସିଡି ହାଇସ୍କୁଲ ଗ୍ରାଉଣ୍ଡରେ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ସେବା ପାଇଁ ପାଞ୍ଚ ଜଣ ଆଶାକର୍ମୀ ଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲାରେ ୨୧-୬୦ ବର୍ଷ ମଧ୍ୟରେ ୩୧୯୦୦୦ ମହିଳା ରହିଥିବା ସିଡିଭିଓ ଶ୍ରୀ କହଁର କହିଛନ୍ତି । ଗୃହ ପ୍ରବେଶର ଚାବି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସୁଭଦ୍ରା ଯୋଜନା ୨୦୨୪ରେ ରାୟଗଡ ପୌରପରିଷଦ, ଗୁଣପୁର ପୌରପରିଷଦ ଓ ଗୁଡ଼ାରୀ ଏନଏସି ରେ ମୋଟ ୧୦୧୪୧ ଆପ୍ଲିକେସନ ଗ୍ରହଣ ହୋଇଛି । ଜିଲ୍ଲାରେ ଥିବା ୧୧ତି ବ୍ଲକରେ ୧୧୮୮୮୩ ଆପ୍ଲିକେସନ ଗ୍ରହଣ ହୋଇଛି । ଏହା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାଜ୍ୟ ସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭର ସିଧା ପ୍ରସାରଣ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିଥିବା ବେଳେ ଆଜି ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ଶହେ ଦିନ ସମ୍ପୂର୍ଣ କରିଛି । ୧୦ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏଥିସହ ଗୃହ ପ୍ରବେଶ ହିତାଧିକାରୀଙ୍କୁ ତାଲା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଓଡ଼ିଶାରେ ୧୦୦୦ ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ସେଥି ମଧ୍ୟରେ ଓଡ଼ିଶାକୁ ୨୮୭୧କୋଟିର ରେଳ,ହଜାରେ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଭେଟି ପ୍ରଦାନ,୧୪ଟି ରାଜ୍ୟର ପ୍ରଥମ କିସ୍ତିରେ ୧୦ଲକ୍ଷ ପିଏମ୍-ଆବାସ ହିତାଧିକାରୀଙ୍କୁ ମିଳିଛି । ପ୍ରଧାନମନ୍ତ୍ରୀ ପିଏମ୍-ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ରାଜ୍ୟସରକାରଙ୍କ ରେଳ, ସଡ଼କ ନିର୍ମାଣକୁ ଗୁରୁତ୍ବ ଦେଇଛନ୍ତି ।
ରାୟଗଡ ଜିଲ୍ଲାରୁ ବିଷମକଟକ ବ୍ଲକ ଖଜୁରୀଗୁଡା ଗାଁର କମ୍ବରୁ ୱଡକାଙ୍କ ପତ୍ନୀ ହୁଡ଼ି ୱଡକାଙ୍କୁ ମଧ୍ୟ କାର୍ଯ୍ୟକ୍ରମ ଲାଗି ରାଜ୍ୟସ୍ତରରେ ଚୟନ କରାଯାଇଥିଲା ଏବଂ ଆଦିମ ଜନଜାତି ଡଙ୍ଗରିଆ ମହିଳା ହୁଡ଼ି ଓତାକା ପ୍ରଥମ କିସ୍ତି ସଂଗ୍ରହ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତିନିପୁଅ ଏବଂ ଗୋଟିଏ ଝିଅଙ୍କ ଜନନୀ ହେଉଛନ୍ତି ୫୮ ବର୍ଷୀୟ ହୁଡ଼ି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ସପୁରି ଚାଷ ତଥା ଜନଜାତିର ପାରମ୍ପରିକ ପୋଷାକ (ପବାସୁନ୍ଦା) ତିଆରି କରି ନିଜ ନିତିଦିନିଆ ଅତିବାହିତ କରନ୍ତି । ସୁଭଦ୍ରା ଯୋଜନାରେ ମିଳିବାକୁ ଥିବା ପ୍ରଥମ କିସ୍ତି ତାଙ୍କୁ ବହୁତ ସହାୟତା ହେବ ବୋଲି ଜଣାଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ଉପ ଜିଲ୍ଲପାଳ, ଜିଲ୍ଲାପରିଷଦ ସିଡିଈଓ, ଡିଆଇପିଆରଓ ,ରାୟଗଡ଼ା ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷା ଯୋଗ ଦେଇ ଯୋଗ୍ୟା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ରାଶି ପ୍ରଦାନ ସହ ଗୃହ ପ୍ରବେଶ ଯୋଜନାର ଚାବି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *