September 15, 2024
Home » ରାୟଗଡାରେ ଜଳ-ଜମି-ଜଙ୍ଗଲ ଅଧିକାର ଦାବିରେ ଆଦିବାସୀଙ୍କ ବିଶାଳ ସମାବେଶ

ରାୟଗଡାରେ ଜଳ-ଜମି-ଜଙ୍ଗଲ ଅଧିକାର ଦାବିରେ ଆଦିବାସୀଙ୍କ ବିଶାଳ ସମାବେଶ

0

 

ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜନ ଆନ୍ଦୋଳନ ନେତୃତ୍ଵରେ ବିଶ୍ୱ ଆଦିବାସୀ ଦିବସ ତଥା ଭାରତଛାଡ ଆନ୍ଦୋଳନର ସ୍ମାରକୀ ଦିବସ ଅବସରରେ ଜଳ-ଜମି-ଜଙ୍ଗଲ ଅଧିକାର ଦାବିରେ ହଜାର ହଜାର ଆଦିବାସୀ ସେମାନଙ୍କର ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ସହ ରାୟଗଡ଼ା ରେଳ ଷ୍ଟେସନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ସଭା ଆୟୋଜନ ହୋଇଥିଲା । ତାପରେ ବିଶ୍ବ ଆଦିବାସୀ ଦିବସ ଅବସରରେ ଓଡ଼ିଶାର ସାତଟି ବିଭିନ୍ନ ଜନ ଆନ୍ଦୋଳନ ମାନଙ୍କ ପକ୍ଷରୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ଜୀବନ ଜୀବିକାର ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ରାୟଗଡ଼ା ଜିଲ୍ଲା ମହକୁମାରେ ଆୟୋଜିତ ସମାବେଶରେ ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ହେଲେ ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ବଞ୍ଚିତ ଓ ଶୋଷିତ ବିଭିନ୍ନ ବର୍ଗର ଜନସାଧାରଣ ଆଦିବାସୀ ଅଞ୍ଚଳର ଖଣିଖାଦାନ ବେନିୟମ ହେବା ସହ କମ୍ପାନୀର କଥାରେ ବିନା କାରଣରେ କାଶୀପୁର ଓ କଳିଙ୍ଗ ନଗରରେ ଶିଳ୍ପ ଓ ଖଣି ପାଇଁ ୧୬ ଜଣ ଶହୀଦ ହୋଇଥିବା ବେଳେ ଏବଂ ଅନେକ ଆଦିବାସୀଙ୍କୁ ଗିରଫ କରି କାରାଦଣ୍ଡ,ଭ୍ରଷ୍ଟାଚାର,ଅତ୍ୟାଚାର,ନାନା ପ୍ରକାର ନାରୀ ନିର୍ୟ୍ୟତନା ସହ ଅଞ୍ଚଳର ଯୁବପିଢି ବେରୋଜଗାର ହୋଇ ଦାଦନରେ ଯାଇ ଅନେକଥର ଶଵ ହୋଇ ଫେରିବାର ପ୍ରମାଣ ରହିଆସିଛି । ବୃଥାଟାରେ ମୈତ୍ରୀ କମ୍ପାନୀ ଅଞ୍ଚଳବାସିଙ୍କୁ ନାନାପ୍ରକାର ଭୟବିତ କରି ପୋଲିସ,ପ୍ରଶାସନ ସହାୟତାରେ ଅତ୍ୟାଚାରିତା ସୋଇ ଆସୁଥିଲେ ,ଆସୁଛନ୍ତି ମଧ୍ୟ । ୨୪ ବର୍ଷ ପରେ ବର୍ତମାନ ରାଜ୍ୟରେ ଏକ ନୂଆ ସରକାରରେ ଜଣେ ଅଭିଜ୍ଞ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ପାଇଁ ବହୁତ ଆନନ୍ଦିତ । ଏଣୁ ଚାଲିଥିବା ରାଜ୍ଯ ସରକାରଙ୍କ ଠାରୁ ଆଦିବାସୀମାନେ ସେମାନଙ୍କ ଭିଟାମାଟିର ଅଧିକାର ପାଇବା ନେଇ ଅନେକ ଆଶା ଭରସା ରଖିଛନ୍ତି ।
ତେଣୁ,ଆମର ନ୍ୟାୟସଙ୍ଗତ ଦାବି ଗୁଡ଼ିକ ମଧ୍ୟରୁ ବେଆଇନ ପ୍ରକ୍ରିୟାରେ ନିଲାମ ହୋଇଥୁବା ସମସ୍ତ ଖଣି ଲିଜ୍ ବାତିଲ୍ କର,ଜନ ଆନ୍ଦୋଳନର ନେତା ଓ କର୍ମୀମାନଙ୍କ ନାମରେ ହୋଇଥିବା ସମସ୍ତ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କର,ପୂର୍ବ ସରକାରଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦର ଅବିଚାରିତ ଦୋହନ ଓ ଲୁଟ୍ ପ୍ରକ୍ରିୟାକୁ ରାଜ୍ୟର ନୂଆ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ବନ୍ଦ କରାଯାଉ,ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ସମେତ ସମସ୍ତ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲଜମି ପଟ୍ଟା ଦିଆଯାଉ ଓ ଗୋଷ୍ଠୀଗତ ଅଧିକାରକୁ ସ୍ଵୀକାର କରାଯାଉ।୨୪ ବର୍ଷ ମଧ୍ୟରେ ଆଦିବାସୀଙ୍କ ସମେତ ଜଙ୍ଗଲ ଓ ଜମି ଉପରେ ନିର୍ଭରଶୀଳ ବିଭିନ୍ନ ପ୍ରକଳ୍ପ ଅଞ୍ଚଳର ଯେଉଁ ଗ୍ରାମବାସୀ ମାନଙ୍କୁ ଜବରଦସ୍ତ ବିସ୍ଥାପିତ କରାଯାଇଛି; ସେହି ବିସ୍ଥାପିତମାନଙ୍କ ସମେତ ସ୍ଵାଧୀନତା ପରଠାରୁ ସଠିକ ଥଇଥାନ ହୋଇ ପାରିନଥ‌ିବା ସମସ୍ତ ବିସ୍ଥାପିତ ମାନଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟରେ ଏକ ସ୍ଥାୟୀ କ୍ଷମତାପ୍ରାପ୍ତ ସାମ୍ବିଧାନିକ କମିଶନ ଗଠନ କରାଯାଉ ଏବଂ ରାଷ୍ଟ୍ରୀୟ ସ୍ତରରେ ଏପରି ଏକ କମିଶନ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆମ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଉ।


ଉକ୍ତ ବିଶାଳ ସମାବେଶରେ ଅନ୍ଯମାନଙ୍କ ମଧ୍ଯରେ ନିୟମଗିରି ସୁରକ୍ଷା ସମିତି (ରାୟଗଡ଼ା ଓ କଳାହାଣ୍ଡି)ରୁ ଦଧି ସିକକା, କୃଷ୍ଣ ସିକକା, ମା’ ମାଟି ମାଳି ସୁରକ୍ଷା ମଞ୍ଚ(ରାୟଗଡ଼ା ଓ କଳାହାଣ୍ଡି)ର ସୁବାଷ ସିଂ ମାଝୀ, ଲକ୍ଷ୍ମଣ ମାଝୀ, ମାଳି ପର୍ବତ ସୁରକ୍ଷା ସମିତିର ଦାସିନନ୍ଦୀ ବାଲି, ମାଲକାନଗିରି ଜିଲା ଆଦିବାସୀ ସଂଘର କମଳ ମାଝୀ, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତିର ବ୍ରିଟିଶ କୁମାର, କାର୍ତ୍ତିକ ମାଝୀ,କୋରାପୁଟ,ହାଲ୍ ବିସ୍ଥାପିତ ସଂଘ, ସୁନାବେଡାର ତ୍ରିଲୋଚନ ମୁଦୁଲି, ନାରାୟଣପାଟଣା ଚାଷୀ ମୂଲିଆ ସଂଘର ନାଚିକା ଲିଙ୍ଗା, ଖଡିମାଟି ସୁରକ୍ଷା ସମିତିର ତିଲୋ ଗୁଞ୍ଜିଆ, ଚାଷୀ ମୂଲିଆ ସୁରକ୍ଷା ସମିତିର ବଳଭଦ୍ର ମଳିକ, ଜନବାଦୀ କବି ଲେଲିନ କୁମାର, ଭିଟାମାଟି ବଞ୍ଚାଅ ଆନ୍ଦୋଳନର ଅରୁଣ ଜେନା, ଲୋକମୁକ୍ତି ସଂଗଠନର କୋଡିଙ୍ଗାମାଳି ସୁରକ୍ଷା ସମିତିର ଦିବାକର ସାହୁ,ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ପ୍ରମୁଖ ସଂଗଠନ ମାନଙ୍କ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ଅ°ଶଗ୍ରହଣ କରିଥିଲେ । ଶାନ୍ତି ମାଝୀ,ବ୍ରିଟିଶ ନାୟକ,ଦାସି ନନ୍ଦିବାଲି, କମଳ ମାଝୀ, ଜଳଧର ନାୟକ ଓ କୃଷ୍ଣ ସିକକା ଏହି ସାତ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସହରର ପ୍ରତି ଛକରେ ପୋଲିସ ମୁତୟନ ସହ ବ୍ଯାପକ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।

 

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *