December 14, 2024
Home » ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

0

ରାୟଗଡାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ୧୯/୧୧/୨୪ ତାରିଖ ସକାଳ ୧୦.୩୦ ସମୟରେ ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଖରିଫ ଅଧିବେଶନ ୨୦୨୪ ପାଇଁ ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାୟଗଡା ଜିଲ୍ଳାରେ ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ଧାନ ମଣ୍ଡି ଖୋଲିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି । ଅନୁଷ୍ଠିତ ଉକ୍ତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ ଶ୍ରୀଯୁକ୍ତ କାଦ୍ରାକା ଆପାଳସ୍ୱାମୀ,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଵିଷମକଟକ ବିଧାୟକ ନୀଳମାଧଵ ହିକକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି, ଜିଲ୍ଲା ଆରକ୍ଷୀ ଅଧିକ୍ଷକା ଏସ ସ୍ୱାତୀ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର,ଗୁଣପୁର ଉପଜିଲ୍ଳାପାଳ ସୁଶ୍ରୀ କିରଣ ଦୀପ କୌର ସାହତେ,ରାୟଗଡା ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ର ଦେବୀ,ମୁଖ୍ୟ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ଦଶରଥି ସୋରେନ ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ଦାଶ ଯୋଗ ଦେଇଥିଲେ ।
ଚଳିତ ଖରିଫ ବର୍ଷରେ ୯ ଲକ୍ଷ ୪୩ ହଜାର ୭୦୧ କ୍ୱିଂଟାଲ ଧାନ ଆକାରରେ ୬୩ ହଜାର ୨୨୮ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୧ ହଜାର ୧୪୬ ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା । ଗତବର୍ଷ ୧୦ ଲକ୍ଷ ୫୦ ହଜାର ୭୪୬ କ୍ୱିଂଟାଲ ଧାନ ଆକାରରେ ୭୦ ହଜାର ୪୦୦ ମେଟ୍ରିକ୍ ଟନ ଚାଉଳ ଧାର୍ଯ୍ୟ ରଖାଯାଇଥିବା ବେଳେ ୧୬ ହଜାର ୪୬୪ଜଣ ପଂଜୀକୃତ ଚାଷୀଙ୍କ ଠାରୁ ୯ ଲକ୍ଷ ୩୬ ହଜାର ୭୧୨ କ୍ୱିଂଟାଲ ଧାନ କ୍ରୟ କରାଯାଇଥିଲା ଏବଂ ଏଥିରେ ୧୪ ଟି ଲ୍ୟାମ୍ପସ୍ ଅଧିନରେ ୪୩ଟି ମଣ୍ଡି ଖୋଲାଯାଇଥିଲା ଏବଂ ଜିଲ୍ଳାର ୧୨୨ ଜଣ ମିଲର୍ସ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ମଧ୍ୟ ୪୩ଗୋଟି ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରିୟ ସମୟରେ କୈାଣସି ଅସୁବିଧାର ସମ୍ମୁଖୀନ ନୁହୁଅନ୍ତି ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାରେ ଚାଷୀମାନଙ୍କ ଠାରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ । ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l
ଧାନର କ୍ରୟ ମୂଲ୍ୟ ଓଡିଶାର ଚାଷୀମାନେଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ଟଙ୍କା ସହ ଇନପୁଟ୍ ସହାୟତା ଟ800. ୦୦ କୁ କରାଯାଇଛି l ଅନ୍ୟରଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଉପଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି l ଚାଷୀ ମାନଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଜମା କରାଯିବ l ଚାଷୀ ଏଫକ୍ୟୁ ମାନରଧାନ ମଣ୍ଡିକୁ ଆଣିବା ପାଇଁ ଆରଏମସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ । ଚାଷୀ ମଣ୍ଡିରେ କୌଣସି ପ୍ରକାର ଅସୁବିଧା ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ । ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୧୭ତାରିଖରେ ଆରମ୍ଭ କରାଯାଇ ୩୧, ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କ୍ରୟ କରାଯିବ ।‌ ଏଥିପାଇଁ ବିଭିନ୍ନ ମାଧ୍ୟମରେ ଚାଷୀମାନଙ୍କ ଜାଣିବା ପାଇଁ ସଚେତନତା କରାଯିବ ।
ଅନୁଷ୍ଟିତ ଆଜିର ଉକ୍ତ ବୈଠକରେ ଜିଲ୍ଲାରେ ଥିବା ଚାଷୀ ପ୍ରତିନିଧି, ମିଲର୍ସ, ସମବାୟ ସମିତି ସଂପାଦକ, ଏମପିସିଏସ୍ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ ।
ରିପୋର୍ଟ: ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *