October 10, 2024
Home » ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

0

 

ସାମ୍ବାଦିକ ମାନଙ୍କୁ ଅଣଦେଖା କଳା ପ୍ରଶାସନ

ଫୋଟ ଓ ଭିଜୁଆଲ ନେବା ପରେ ବାହାରକୁ ଚାଲିଯାଅ… ଡିଆଇପିଆରଓ

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକl,ମାନ୍ୟବର ବିଧାୟକ ଵିଷମ କଟକ ଶ୍ରୀଯୁକ୍ତ ନୀଳମାଧବ ହିକକା, ମାନ୍ୟବର ଗୁଣୁପୁର ବିଧାୟକ, ଶ୍ରୀଯୁକ୍ତ ସତ୍ୟଜୀତ ଗମାଙ୍ଗ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଂଜନ କହଁର,ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାଏଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ହେଲେ ସାମ୍ବାଦିକ ମାନଙ୍କୁ ଫୋଟ ଓ ଭିଜୁଆଲ ନେବା ପରେ ବାହାରକୁ ଚାଲିଯାଅ.ବୋଲି ଜିଲ୍ଲାପାଳ କହିଥିଵା ନେଇ ଡିଆଇପିଆରଓ କହିଥିଲେ।ଏପରି ଅଣଦେଖା ବାରମ୍ବାର ଗଣପ୍ରତିନିଧିଙ୍କ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଆଚରଣ କରିବାରେ ଅଭ୍ୟସ୍ତ ହୋଇଯାଇଛି। କିଛି ଦିନ ତଳେ ଜିଲ୍ଲାପରିଷଦ ବୈଠକରେ ଏପରି ଦେଖିବାକୁ ମିଳିଥିଲା । କିନ୍ତୁ, ରାୟଗଡ ବିଧାୟକଙ୍କ ଅନୁରୋଧ କ୍ରମେ ବୈଠକରେ ଅ°ଶଗ୍ରହଣ କରି ଆସନ ଗ୍ରହଣ କରିପାରିବେ ବୋଲି ଜିଲ୍ଲାପରିଷଦ ଅଧ୍ୟ୍ୟକ୍ଷା କହିଥିଲେ । ତାପରେ ଉପସ୍ତିତ ସମସ୍ତ ସାମ୍ବାଦିକଗଣ ବୈଠକରେ ରହିପାରିଥିଲେ । କିନ୍ତୁ,ପରବରର୍ତ୍ତି ଦିଶା ବୈଠକରେ କାହିକି ବାରଣ କରାଗଲା । ଜିଲ୍ଲା ପ୍ରଶାସନର ଏପରି ନୀତି ନେଇ ସାମ୍ବାଦିକ ମହଲରେ ଦୁଖ ପ୍ରକାଶ ପାଇଥିବା ବେଳେ ସମସ୍ତ ଗଣଫ୍ରତିନିଧି କକ୍ଷ ତ୍ୟାଗ କରିଥିଲେ । ଜିଲ୍ଲା ପ୍ରଶାସନ ଯେତେବେଳେ ଇଚ୍ଛା ସେତେବେଳେ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିବ ନ ହେଲେ ଅପମାନ କରିବାରେ ପୁର୍ବରୁ ଅଭ୍ୟସ୍ତ । ଏ ଜିଲ୍ଲା ପ୍ରଶାସନର କେଉଁ ପ୍ରକାର ସ°ସ୍କାର ଯାହା କି ସାମ୍ବାଦିକ ଭାଇମାନଙ୍କ କ୍ଷେତ୍ର ଚାଲିଆସୁଛି । ରାଜ୍ୟ କିମ୍ବା କେନ୍ଦ୍ରଙ୍କ କେଉ ନିର୍ଦେଶାବଳି ଆଧାର କରି ବା କାହା ଇ°ଙ୍ଗିତରେ ବା କେଉ ସ୍ୱର୍ଥରେ ଜିଲ୍ଲା ପ୍ରଶାସନ ଏପରି ସାମ୍ବାଦିକମାନଙ୍କ ପ୍ରତି ଅତି ନ୍ୟୁନ ଆଚରଣ କରୁଛି ତାହା ନେଇ ଚର୍ଚାର ବିଷୟ ହୋଇଥିବା ବେଳେ ସାଧାରଣରେ ଏହା ତିବ୍ରସମାଲୋଚନା ପାଲଟିଛି । ସାଧାରଣରେ ଜଣେ ସାମ୍ବାଦିକଙ୍କ କାର୍ଯ୍ୟ ଏବଂ କର୍ତ୍ତବ୍ୟ ହେଉଛି ଖବରକାଗଜ କିମ୍ବା ଟିଭି ମାଧ୍ୟମରେ ତାଙ୍କ ଆଖି ସାମ୍ନାରେ ଯାହା ଘଟୁଛି, ତାହା ସରକାରୀ କିମ୍ବା ଅଣ ସରକାରୀ / ବେସରକାରୀ ସ୍ତରରେ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ରିପୋର୍ଟ କରିବା। କିନ୍ତୁ, ସରକାରୀ କିମ୍ବା ଅଣ-ସରକାରଙ୍କ କୌଣସି ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବୈଠକରେ ସାମ୍ବାଦିକମାନଙ୍କୁ ଡାକିବା ଏବଂ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଚାଲିଯିବାକୁ କହିବା କେତେ ଉପଯୁକ୍ତ? ଏହା ସାମ୍ବାଦିକମାନଙ୍କ ପ୍ରତି ଅସମ୍ମାନ ନୁହେଁ କି? ବୈଠକରେ କ’ଣ ଆଲୋଚନା ହୋଇଛି ତାହା କିଏ ଦେଖିଛି କିମ୍ବା ଜାଣେ? ପରେ, ଏହି ଖବର ଜିଲ୍ଲା ସୁଚନା ବିଭାଗ ଦ୍ୱାରା ପଠାଯାଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହା ଗଣମାଧ୍ୟମର ସମ୍ମାନ ତଥା ସାମ୍ବାଦିକମାନଙ୍କ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସାମ୍ବାଦିକଙ୍କ କ୍ଷେତ୍ରରେ ପୁନାରାବୃତି ଏହା ଘଟୁଛି ।

ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେଇଥିବା ସୁଚନା ଅନୁଯାୟୀ ବୈଠକରେ ମୁଖ୍ୟତଃ ମଧ୍ୟମ ଜଳସେଚନ ବିଭାଜନର ଆଗ୍ରଗତି, ଜାତୀୟ ରାଜ ପଥ ବିଭାଜନ ବିଭିନ୍ନ ସମସ୍ୟା ବିଶେଷ କରି ରାୟଗଡ ପିତାମହଲ ବ୍ରିଜ, ଯେକେକେପୁର ନାଗlବୋଲି ନଦୀ ଉପରେ ନିର୍ମିତ ବ୍ରିଜ, ବାଇପାସ ରାସ୍ତା ଉପରେ ଆଲୋଚନା କରିଥିଲେ l ସ୍ୱତନ୍ତ୍ର ଭୁ ଅର୍ଜନ ବିଭାଗ ଉପରେ ଥେରୁବାଲି ଗୁଣୁପୁର ରେଳ ଲାଇନ ନିମନ୍ତେ ଜମି ଅଧିଗ୍ରହଣ ଆଗାମୀ ଦିନରେ ପଦ୍ଧକ୍ଷେପ ନିଆଯିବ l , ଖଣିଜ ଦ୍ରବ୍ୟ, ଗ୍ରାମୀୟ ଜଳାଯୋଗାଣ ସଂସ୍ଥା, ପୂର୍ତ୍ତ ବିଭାଗ, ଗ୍ରାମୀୟ ନିର୍ମାଣ, ପଂଚାୟତ ରାଜ ଓ ପାନୀୟଜଳ ବିଭାଗ, ,ପିଏମଜିଏସୱାଇରାସ୍ତା, ପିଏମ ଆବାସ ଓ କୋଠାବାଡ଼ି ପଂଚାୟଟିରlଜ ଆଦି ବିଭାଗଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ସାଂସଦ ଶ୍ରୀ ଉଲାକା ଆଲୋଚନା କରିଥିଲେ । ବିଭିନ୍ନ ବିଭାଗର ଅସମ୍ପୂର୍ଣ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବାକୁ କହିଥିଲେ l ଜିଲ୍ଲା ମଙ୍ଗଳ ବିଭାଗ ଉପରେ ଆଲୋଚନା କଲାବେଳେ ପ୍ରତ୍ୟେକ ବ୍ଲକର ସମିତି ଅଧ୍ୟକ୍ଷ ମାନଙ୍କୁ ଏକଲାବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେବାକୁ କହିଥିଲେ l ଜେକେପୁର ଅମ୍ଳଭଟା ମଧ୍ୟରେ ଥିବା ନାଗାବଳୀ ସେତୁ,ରାୟଗଡା ଓଭରବ୍ରିଜ୍‌ର ମରାମତି, ଝଞ୍ଜାବତୀ ନଦୀ ଉପରେ ଥିବା ପୋଲୋ ନିର୍ମାଣ ଓ ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବତାକୁ ନେଇ ଜାତୀୟ ରାଜପଥ ବିଭାଗ ରାୟଗଡାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପଚାରି ବୁଝିଥିଲେ ଓ ଯଥାଶୀଘ୍ର ମରାମତି ଓ ନିର୍ମାଣ କାମକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଦିଶା କମିଟିର ସଦସ୍ୟସଦସ୍ୟl, ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ଆଲୋଚନା କରିଥିଲେ l

Leave a Reply

Your email address will not be published. Required fields are marked *