ରାୟଗଡ ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ୨୦୨୪ ମହାଆଡମ୍ବରରେ ପାଳିତ
ବିଶ୍ୱ ଆଦିବାସୀ ଦିବସ ୨୦୨୪ ଅବସରରେ ଜିଲ୍ଲା ଆଦିବାସୀ ସମାଜ ୦୯ ଅଗଷ୍ଟ ୨୦୨୪ ଶୁକ୍ରବାର ଦିନ ରାୟଗଡ ଜିସିଡି ହାଇସ୍କୁଲ ପଡିଆଠାରେ ପାରମ୍ପରିକ ଆଦିବାସୀ ରୀତିନୀତି ଅନୁସାରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଶ୍ୱ ଆଦିବାସୀ ଦିବସ ୨୦୨୪ ବର୍ଷର ଥିମ୍ ହେଉଛି “ସ୍ବେଚ୍ଛାକୃତ ପୃଥକତା ଏବଂ ପ୍ରାରମ୍ଭିକ ଯୋଗାଯୋଗରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା” ।
ଏହି ଅବସରରେ ତୁମ୍ବିଗୁଡା ଛକ,ଆମ୍ବାଗୁଡା ଛକ,ଚେକାଗୁଡା ଛକ,ମା ମଝୀଘରିୟାଣୀ ମନ୍ଦିର ଏହି ଚାରୋଟି ସ୍ଥାନରୁ ଏକ ଶୋଭାଯାତ୍ରାରେ ବାହାରି ବାଜା,ନାଚଗୀତ ସହ ବାଣ ଫୁଟାଇ ସହର ପରିକ୍ରମା କରି ସମସ୍ତେ ବସଷ୍ଟାଣ୍ଡ ନିକଟସ୍ଥ ଡକ୍ଟର ବି.ଆର.ଆମ୍ବେଦକର ଛକରେ ପହଞ୍ଚି ଡ ବି.ଆର.ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ଓ ତାପରେ ସାହିଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରୁ ଜିସିଡି ପଡିଆଠାରେ ପହଞ୍ଚିଥିଲେ । ପହଞ୍ଚିବା ପରେ ମୁଖ୍ୟ ଅତିଥି,ମାନ୍ୟବର ଅତିଥି , ମୁଖ୍ୟ ବକ୍ତା ସହ ଅନ୍ୟାନ୍ୟ ଅତିଥିବୃନ୍ଦ ମଞ୍ଚାସିନ ଥିଲେ । ମଞ୍ଚାସିନ ଥିବା ଅତିଥି ରାୟାଗଡା ବିଧାୟକ ଶ୍ରୀ କାଡ୍ରାକା ଆପଲସ୍ୱାମୀ, ରାୟଗଡ଼ ବିଜେପି ବିଧାୟକ ପାର୍ଥିବ ବସନ୍ତ ଉଲ୍ଲାକା,ପୁର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରିକା,ପୁର୍ବତନ କୋରାପୁଟ ସା°ସଦ ଶ୍ରୀ ଜୟରାମ ପାଙ୍ଗୀ,ପୂର୍ବତନ ବିଧାୟକ ରାୟାଗଡ ଶ୍ରୀ ମକରନ୍ଦ ମୁଦୁଲି,ରାୟାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୁନି ହୁଇକା,ବ୍ଲକ ଉପାଧ୍ୟକ୍ଷ,ହାଲୁଆ ସରପଞ୍ଚ,ଚକ୍ରଧର ବିଡିକା ସମେତ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ପାରମ୍ପାରିକ ପୂଜା,ସ୍ୱାଗତ ଗୀତ,ସଭାପତିଙ୍କ ଭାଷଣ ପରେ ସମ୍ମାନିତ ଅତିଥିମାନଙ୍କୁ ସମ୍ମାନୀତ ପରେ ମାନ୍ୟବର ଅତିଥିମାନଙ୍କ ଭାଷଣ ପ୍ରଦାନ କରିଥିଲେ ।
ବିଶ୍ୱ ଆଦିବାସୀ ଦିବସଟି ହେଉଛି ସମଗ୍ର ବିଶ୍ୱରେ ଆଦିବାସୀ ତଥା ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସଂସ୍କୃତି, ଇତିହାସ ଏବଂ ଅବଦାନକୁ ସମ୍ମାନ ଏବଂ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ । ଆଦିବାସିଙ୍କର ବିଶ୍ୱାସ, ରୀତିନୀତି, ଅଭ୍ୟାସ, ଭାଷା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ସେମାନେ ନିରନ୍ତର ସଂଘର୍ଷ କରୁଛନ୍ତି । ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ହେଉଛି ବିଶ୍ୱ ଆଦିବାସୀ ଦିବସର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ସାମ୍ପ୍ରତିକ ବର୍ଷଗୁଡିକରେ ଅନେକ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କର ଭାଷା ଏବଂ ପରମ୍ପରାକୁ ପୁନର୍ଜୀବିତ ତଥା ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି |
ରାୟଗଡ ବିଧାୟକ ଶ୍ରୀ କାଡ୍ରାକାଙ୍କ ସମ୍ଭାଷଣ ରେ ଆଦିବାସୀ ପରମ୍ପରା,ସଂସ୍କୃତି,ସଭ୍ୟତା ନେଇ କହି ଉପସ୍ଥିତ ଥିବା ସମସ୍ତ ଆଦିବାସି ଭାଇଭଉଣୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଅନ୍ୟ ରାଜ୍ୟରେ ବିଶ୍ୱ ଆଦିବାସୀ ଦିବସରେ ଛୁଟି ଥିବା ବେଳେ ଆମ ରାଜ୍ୟରେ ଛୁଟି କାହିଁକି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରିଥିଲେ ।
ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟାହ୍ନ ଭୋଜନ ହୋଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମଟିକୁ ସାଙ୍ଗ କରାଯାଇଥିଲା ।