ରୁପଶ୍ରୀ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ୍

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ରୂପଶ୍ରୀ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ-2025 ତୃତୀୟ ବର୍ଷରେ ପଦାର୍ପଣ କରିଛି। ଆଖପାଖ ଅଞ୍ଚଳ ରେ ନୂଆଁଖାଇ ବେଶ ଧୂମଧମ୍ ରେ ଜମିଥିବା ବେଳେ ରୂପଶ୍ରୀ କଳା ପରିଷଦ ସିଂହାରୀ , ନୂଆଁଖାଇ ଭେଟଘାଟ-2025 ସିଂହାରୀ କଲ୍ୟାଣ ପଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ର ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଓ ମଞ୍ଚାସୀନ ଅତିଥି ଭାବେ – ସିଂହାରୀ ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ରଶ୍ମିତା କୁଅଁର ,ସିଂହାରୀ ଉ:ପ୍ରା:ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଚୌହାନ ,ସିଂହାରୀ ପେକ୍ସ ସେକ୍ରେଟାରୀ ଅଜାମ୍ବିଲ ଚୌହାନ, ନିମନ୍ତ୍ରିତ ଅତିଥି କୋଶଳୀ କବି ଭାବେ ଗରିବ ମଲ୍ଲିକ,ଅନୁଷ୍ଠାନ ର ସଭାପତି ଦୁର୍ବାଦଳ ସାହୁ ଓ ସଂପାଦକ କମଳ ଭୁଏ ନିଜ ନିଜର ବକ୍ତବ୍ୟରେ ନୂଆଁଖାଇ ପରବ ମହତ୍ତ୍ଵ ଓ ମହାନତା ଉପରେ ଆଲୋଚନା କରିଥିବା ବେଳେ ପ୍ରାରମ୍ଭିକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ସଂଯୁକ୍ତା ମୟୀ ଭୁଏ, ପରିମିତା ଚୌହାନ, ଅପର୍ଣ୍ଣା ପ୍ରିୟଦର୍ଶିନୀ ମିଶ୍ର ଓ କଳ୍ପେଶ କୁମାର ଭୁଏ ପ୍ରଭୃତି ପରିବେଶକୁ ରସାଳ କରିଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାକୁ ଯାଇ ମରଣୋତ୍ତର ସମ୍ମାନରେ ସ୍ବର୍ଗତ ବୃଷଭ କୁଅଁର ବଳିଷ୍ଠ ସଂଗଠକ ଭାବେ ଓ ସ୍ବର୍ଗତ ଗୋପବନ୍ଧୁ ରଣା,ରେଙ୍ଘସା ବିଶିଷ୍ଟ ନାଟ୍ୟ କଳାକାର ଓ ଗୁରୁ ଭାବେ ରୂପଶ୍ରୀ ଅନୁଷ୍ଠାନ ତରଫରୁ ସମ୍ମାନିତ କରିଥିବା ବେଳେ ବର୍ଷୀୟାନ ଗୀତିନାଟ୍ୟ କଳାକାର କୁବେର ସାହୁ ସିଂହାରୀ ଓ କୁନି ଶିଶୁ ସୁରଭୀ ସମ୍ମାନରେ କୁମାରୀ ଦିବ୍ୟଂଶି ଚୌହାନ ଙ୍କୁ ସମ୍ମାନିତ କରାଯାଇଥିଲା।ପରେ ପରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବର୍ଷାରାଣୀ ବୁଡେକ,ଦିବ୍ୟାଂଶି ଚୌହାନ ଓ ମିନି ଛତ୍ରିଆ,ରୁଚିକା କୁଶଲ ପ୍ରଭୃତି ଅଂଶଗ୍ରହଣ କରି ନିଜର ସମ୍ବଲପୁରୀ ନୃତ୍ୟର ପ୍ରଦର୍ଶନ କରି ପରିବେଶ କୁ ସରଗରମ କରିଦେଇଥିବା ସଙ୍ଗେ ସଙ୍ଗେ ରୁପଶ୍ରୀର କଳା କାର ମାନେ ଲୋକ ଗୀତ ପରିବେଷଣ କରି ମନୋରଞ୍ଜନ ଖୋରାକ ପରଶି ଦେଇଥିଲେ । କଲ୍ୟାଣ ମଣ୍ଡପରେ ଭରପୁର ଦର୍ଶକ ମନଭରି ଉପଭୋଗ କରି ଢେର ମଜା ଉଠାଇଥିଲେ ।ଏହି କାର୍ଯ୍ୟକ୍ରମରେ,ରତନ ମିଶ୍ର,ଶ୍ରିକାନ୍ତ ଦୀପ,ପରମାନନ୍ଦ ସାହୁ,ରଜୀନ ନାଗ,ଶଙ୍କିତ ସାହୁ,ରଞ୍ଜନ ମିଶ୍ର,ସେବକ କୁଅଁର,ବିଶେଷ ସହଯୋଗ କରିଥିବା ବେଲେ ରୁପଶ୍ରି ଅନୁଷ୍ଠାନ ଉପସଭା ପତି ଶ୍ରୀ ବିମଳ କୁମାର ଭୁଏ ଧନ୍ୟବାଦ୍ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷଣା କରିଥିବା ବେଳେ ରାଜୀବ ଭୁଏ ମଞ୍ଚ ପରିଚାଳନା କରିଥିଲେ। ଆର ବର୍ଷ କୁ ପୁଣିଥରେ ଭେଟଘାଟ ବାର୍ତ୍ତା ରେ ଯବନିକା ପତନ କରାଗଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..