August 21, 2026
Home » ରୋମାଣ୍ଟିକ୍ ଆଲବମ୍ ‘ପଢିବାକୁ ଭଲ ଲାଗେ ପୁରୁଣା ଦିନର ଚିଠି’ର ପ୍ରିମିୟର୍ ସୋ

ରୋମାଣ୍ଟିକ୍ ଆଲବମ୍ ‘ପଢିବାକୁ ଭଲ ଲାଗେ ପୁରୁଣା ଦିନର ଚିଠି’ର ପ୍ରିମିୟର୍ ସୋ

0
WhatsApp Image 2024-07-18 at 1.50.24 PM

୧୭।୭, ବ୍ରହ୍ମପୁର: ସରୋଜ ଗଙ୍ଗା ସାଇ ପ୍ରଡକ୍ସନ୍ ନିବେଦିତ ରୋମାଣ୍ଟିକ୍ ଆଲବମ୍ ‘ପଢ଼ିବାକୁ ଭଲ ଲାଗେ ପୁରୁଣା ଚିଠି’ର ପ୍ରିମିୟର୍ ସୋ ଆଜି ପୂର୍ବାହ୍ନରେ ବ୍ରହ୍ମପୁରର ବାବାଜୀ ତୋଟାସାହିସ୍ଥିତ ହୋଟେଲ ଜେ. ବି. ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ୧୯୭୧ ମସିହା ଯୁଦ୍ଧର ବୀରନାରୀ ସରୋଜିନୀ ଆଚାର୍ଯ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦିଲ୍ଲୀପ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସୁଧାଞ୍ଜଳି ମିଶ୍ର ଓ ରାୟ ରଞ୍ଜନ ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଲବମରେ ମୁଖ୍ୟ ଭୂମିକାରେ ଦିଲ୍ଲୀପ ଆଚାର୍ଯ୍ୟ ଓ ପ୍ରିୟଂ।ଶା ନାୟକ ଥିବା ବେଳେ ସହଯୋଗୀ ଭୂମିକାରେ ବିଦ୍ୟୁତ୍ ଓ ସନ୍ତୋଷ ରହିଛନ୍ତି। ମିନତୀ ଆଚାର୍ଯ୍ୟଙ୍କ ପ୍ରଯୋଜନାରେ ଗୁରୁ ପଣ୍ଡିତ ରଘୁନାଥ ପାତ୍ର କଣ୍ଠଦାନ ଓ ସଙ୍ଗୀତ ଦେଇଛନ୍ତି। ଆଲବମରେ ଷ୍ଟୋରି, ସ୍କ୍ରିନ-ପ୍ଲେ ଓ ନିର୍ଦେଶନା ଦେଇଛନ୍ତି ଦିଲ୍ଲୀପ ଆଚାର୍ଯ୍ୟ।


ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଡକ୍ଟର ଚନ୍ଦନ ଗନ୍ତାୟତ, ଡକ୍ଟର ସଞ୍ଜିତ ଆଚାର୍ଯ୍ୟ, ଗୁରୁ ଜୟନ୍ତ ଆଚାର୍ଯ୍ୟ, ଆଡଭୋକେଟ ଅଶ୍ୱିନୀ ମହାପାତ୍ର, ମନୋଜ ପାଣିଗ୍ରାହୀ, ତାପସ ପାଣିଗ୍ରାହୀ, ଶିବଶଙ୍କର ଷଡ଼ଙ୍ଗୀ, ଓଁକାର ବାପି, କଣ୍ଠଶିଳ୍ପୀ ତଥା ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସୁମନରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।