July 12, 2026
Home » ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ

0
WhatsApp Image 2026-06-21 at 10.44.26 AM

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମାଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିବା ସହ ଯୋଗର ଗୁରୁତ୍ବ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବୈଦ୍ୟନାଥର ଯୋଗ ପ୍ରଶିକ୍ଷକ ଅମିତ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଯୋଗ ଅଭ୍ୟାସର ନିୟମ ଓ ଲାଭ ସମ୍ବନ୍ଧରେ ମାର୍ଗଦର୍ଶନ କରି ବିଭିନ୍ନ ପ୍ରକାରର ଯୋଗାସନ, ପ୍ରାଣାୟାମ ଅଭ୍ୟାସ କରାଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ ସମ୍ବନ୍ଧୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷରେ ନିଜେ ଯୋଗାଭ୍ୟାସ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଯୋଗ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଶପଥ ପାଠ କରାଯାଇଥିଲା।ବିଦ୍ୟାଳୟର ପୁରାତନ ଛାତ୍ର ବ୍ୟାସ ଦେବ ନନ୍ଦ, ଧୃବ ଚରଣ ରଥ, ବିକାଶ ରଥ, ଅହଲ୍ୟା ପଣ୍ଡା, ପ୍ରଭାତୀ ନନ୍ଦ, ପ୍ରଜ୍ଞା ପରମିତା ପଣ୍ଡା,ମାନସ ଆଚାର୍ଯ୍ୟ, ରାକେଶ ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *