ଲୋକକଳା ଗ୍ରାମ ରେ ଶ୍ରୀରାମ ଓ ଶ୍ରୀ ଜଗନ୍ନାଥ ଯୁଗ୍ମ ମନ୍ଦିର ପ୍ରତିଷ୍ଠl ନିମନ୍ତେ ପ୍ରସ୍ତୁତି ବୈଠକ ଓ କଂସ ବରଣ ।
ବୌଦ୍ଧ — ଆଗାମୀ ଜାନୁୟାରୀ ୨୪ ରୁ ଫେବୃୟାରୀ ୦୩ ସୁଉଚ୍ଛ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ନୂତନ ଭାବେ ନିର୍ମିତ ଭବ୍ୟ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବରିଷ୍ଠ ସଦସ୍ୟ ରଘୁନାଥ ମେହେର ସ୍ୱାଗତ ଭାଷଣ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଏହି ଅବସରେ ଆସନ୍ତା ମାଘ ମାସ ଜାନୁୟାରୀ ୨୪ ରୁ ଫେବୃଆରୀ ୦୩ ଏଗାର ଦିନ ଧରି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି l
ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନବାହ ରାମାୟଣ ପରାୟଣ, ପ୍ରବଚନ, ହରିହlଟ, ଆନନ୍ଦ ବଜାର,ପ୍ରସାଦ ସେବନ, ମିନlବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାତ ଦିନ ବ୍ୟାପୀ ଛପନ ପ୍ରହରୀ ନାମଯଜ୍ଞ, କଂସ ଦରବାର ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା l ଏନେଇ ବୁଧବାର କମିଟି ପକ୍ଷରୁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଂସ ଦରବାର କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଭେଡେନର ସିନେ କଳାକାର ସୁଶୀଲ ମେହେର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏନେଇ ତାଙ୍କୁ ମନ୍ଦିର ପରିସରରେ ସ୍ୱାଗତ କରାଯାଇ ବରଣ କରାଯାଇ ସମ୍ମାନୀତ କରାଯାଇଥିଲା l ବୈଠକରେ କମିଟିର ସଦସ୍ୟ ପ୍ରମୋଦ ମେହେର, ନବ କିଶୋର ମେହେର, ରାଜl ମେହେର, ନେପାଳ ମେହେର, ଗଣ୍ଡା ମେହେର, ପବିତ୍ର ଦଳାଇ, ଫକୀର ମେହେର, ସହଦେଵ ମେହେର, ବିଭିଷଣ ମେହେର, ବୈଜୁ ମେହେର, , ହରି ମେହେର, ଭୁଟୁ ମେହେର, ୱାର୍ଡ ସଭ୍ୟ ସମାରୁ ମେହେର ସମେତ ନାରାୟଣନଗର ଗ୍ରାମବାସୀ ଉପସ୍ଥିତ ଥିଲେ l ଶେଷରେ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ