ଲୋକଙ୍କ ସହ ଖୁସି ବାଣ୍ଟିବା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ : ବୃଦ୍ଧାଶ୍ରମରେ ବୌଦ୍ଧ ରିପୋର୍ଟର ଆସୋସିଏସନ୍ ର ଫଳବଣ୍ଟନ l
ସୁବର୍ଣ୍ଣପୁର —ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଅଲ୍ ଓଡ଼ିଶା ରିପୋର୍ଟର ଆସୋସିଏସନ୍ର ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ୍ ପକ୍ଷରୁ ଚାରିଛକ ସ୍ଥିତ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆସୋସିଏସନ୍ର ସଦସ୍ୟମାନେ ବୃଦ୍ଧାଶ୍ରମରେ ପହଞ୍ଚି ବୃଦ୍ଧ ବାପା-ମା’ମାନଙ୍କ ସହ କିଛି ସମୟ ବିତାଇବା ସହ ବୃଦ୍ଧାଶ୍ରମ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହାସହ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ସ୍ୱାଧୀନତା ଦିବସ ରେ ସମାଜର ଅସହାୟ ଓ ବୟସ୍କ ଲୋକଙ୍କ ସହ ଖୁସି ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସାମ୍ବାଦିକତା କ୍ଷେତ୍ରରେ ନିଜ ଦାୟିତ୍ୱ ତୁଲାଇବା ସହ ସାମାଜିକ ଓ ଜନହିତକର କାର୍ଯ୍ୟକୁ ମଧ୍ୟ ଆସୋସିଏସନ୍ ପକ୍ଷରୁ ସର୍ବଦା ପ୍ରାଥମିକତା ଦିଆଯାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅଲ୍ ଓଡ଼ିଶା ରିପୋର୍ଟର ଆସୋସିଏସନ୍ର ବୌଦ୍ଧ ଜିଲ୍ଲା ରିପୋର୍ଟର ଆସୋସିଏସନ୍ ପକ୍ଷରୁ ଏଭଳି ଜନହିତକର ଓ ସାମାଜିକ ସେବା କାର୍ଯ୍ୟ ନିରନ୍ତର ଜାରି ରହିବ ବୋଲି ବୌଦ୍ଧ ଜିଲ୍ଲା ସଭାପତି ଭାଗବତ ମେହେର ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
