ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର —ହରଭଙ୍ଗା ବ୍ଲକ୍ ର ସାମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଲେଭେଲ iv ସ୍ନାତକ ଶିକ୍ଷକ ଶ୍ରୀ ନିରଞ୍ଜନ ଜେନା ୧୯୯୭ ମସିହା ଡିସେମ୍ବର ୨୫ ରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ଏହି ଗୋଟିଏ ବିଦ୍ୟାଳୟରେ ୨୮ବର୍ଷ ୭ମାସ ୬ଦିନ କାର୍ଯ୍ୟ କରି l ୨୦୨୬ ମସିହା ଜୁଲାଇ ୩୧ ତାରିଖରେ ସ୍ନାତକ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଛନ୍ତି।

ପ୍ରଧାନ ଶିକ୍ଷକ ଶ୍ରୀ ଗଜାନନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବର୍ଣ୍ଣାଢ଼୍ୟ ଉତ୍ସବ ଆୟୋଜନ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଙ୍କ ସହ ବିଦ୍ୟାଳୟ ର ପରିଚାଳନା କମିଟି,ଅଭିଭାବକ ଅଭିଭାବିକା , ପୁରାତନ ଛାତ୍ର ଛାତ୍ରୀ, ସାମ୍ପୋଚ ଗ୍ରାମବାସୀ ମାନେ ଅନେକ ଉପହାର ଦେଇ ଜେନା ସାର୍ ବିଦ୍ୟାଳୟ ପାଇଁ କରିଥିବା ଉନ୍ନତି ମୂଳକ କାର୍ଯ୍ୟ ର ସ୍ମରଣ କରି ତାଙ୍କର ଆଚରଣ,କାର୍ଯ୍ୟ ଶୈଳୀ, ଶିକ୍ଷଣ କୌଶଳ କୁ ଉଚ୍ଚ ପ୍ରଶଂସା କରିଥିଲେ। ଉକ୍ତ ଉତ୍ସବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବରୁଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ରଜନୀକାନ୍ତ ପ୍ରଧାନ, ସିଆରସିସି ଶ୍ରୀ ନୀଳାଚଳ ବିହାରୀ ମିଶ୍ର, କମିଟି ସଭାପତି ଶ୍ରୀ ଅଶୋକ କୁମାର ପ୍ରଧାନ,ରାମଗଡ଼ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଯୋଶୀ ଯୋଗଦେଇଥିଲେ। ସାର୍ ଙ୍କ ଅନୁପସ୍ଥିତି ବିଦ୍ୟାଳୟ ପାଇଁ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିବ ବୋଲି ସମସ୍ତେ ନିଜନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ନିଜ ଗ୍ରାମ ବୀରନରସିଂହ ପୁର ସ୍ଥିତ ବାସଭବନରେ ମେଲାଣି ଦେଇ ଥିଲେ। ସମସ୍ତ କାର୍ଯୟକ୍ରମକୁ ଶିକ୍ଷକ ବିଜୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ କୁମାର ପ୍ରଧାନ, ସନ୍ତୋଷ ସ୍ବାଇଁ, ଧରଣୀଧର ସାହୁ, କ୍ଷେତ୍ରବାସୀ ବାହୁକ, ସୁନିଲ ମହାକୁଡ଼, ରୋଜାଲିନ ପ୍ରଧାନ, ତପସ୍ଵିନୀ ମେହେର, ପ୍ରିୟଙ୍କା ଚମ୍ପତ୍ତି ରାୟ, ବିଭୂତି ଭୂଷଣ ପ୍ରଧାନ, ବିଶ୍ୱଜିତ୍ ଲଉରିଆ, ବଂଶୀଧର ପାଢ଼ୀ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
