ଶିକ୍ଷକ ଙ୍କ ପି ଏଚ ଡି ଲାଭ
l ସୁବର୍ଣ୍ଣପୁର —ପ୍ରଫୁଲ୍ଲ କୁମାର ପ୍ରଧାନ ଭୁବନେଶ୍ୱରସ୍ଥିତ centurion university of technology and management(CUTM), ଭୁବନେଶ୍ୱର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ରେ ସମ୍ମାନ ସୂଚକ ପି ଏଚ ଡି ଉପାଧି ଲାଭ କରିଛନ୍ତି l ତାଙ୍କର ଗବେଷଣାତ୍ମକ ନିବନ୍ଧର ବିଷୟବସ୍ତୁ ଥିଲା “Study of structural stability, optical, dielectric & electrical properties of untreated & DC plasma treated orthofferite Perovskite ceramics RFe03(R=La, Nd and Gd)”l
ପ୍ରଫୁଲ୍ଲ ପ୍ରଧାନ prof Dr. Nilaya Kumar Mohanty, Associate professor Centurion university of technology and management of odisha ଏବଂ Dr. Atala Bihari Panda ,Birupa Degree college Indupur, Kendrapada ଙ୍କ ତତ୍ୱାବଧାନରେ ଗବେଷଣା କରୁଥିଲେ. ଏବଂ ତାଙ୍କ ସନ୍ଦର୍ଭ ଟି Prof. Durga Prasad Bisen, Ravi sankar sukla university Raipur, chhatisgarh ଏବଂ Prof. Gangaram Mishra, Dr. Ram manohar Lohia Avadh University, Ayodhya ଦ୍ୱାରା ପରୀକ୍ଷିତ ଏବଂ ଉଚ୍ଚ ପ୍ରଶଂସିତ ହୋଇଅଛି I.
ଡାକ୍ତର ପ୍ରଫୁଲ୍ଲ ବୌଦ୍ଧ, କେଳାକଟା ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ପ୍ରଧାନ ଏବଂ ଡମଣୀ ପ୍ରଧାନଙ୍କର କନିଷ୍ଠପୁତ୍ର ଅଟନ୍ତିI ସେ ମଥୁରା ଗ୍ରାମ ପଂଚାୟତ ତଥା କେଳାକଟା ଗ୍ରାମରର ପ୍ରଥମ ତଥା ଏକମାତ୍ର Ph.d degree ଧାରୀ ଅଟନ୍ତି ବର୍ତମାନ ଡାକ୍ତର ପ୍ରଫୁଲ୍ଲ କୁମାର ପ୍ରଧାନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାମ୍ପୋଚ ରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି I ସେ ତାଙ୍କର ଏହି ସମ୍ମାନ ଏବଂ ସଫଳତାର ଶ୍ରେୟ ବୌଦ୍ଧ ର ଆରାଧ୍ୟା ଦେବୀ ମା ‘ଭୈରବୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରିବା ସହିତ ନିଜ ପିତା ମାତା, ଶାଶୁ, ଶ୍ୱଶୁର,ଭାଇ ଭାଉଜ, ପୁତୁରା,ଧର୍ମପତ୍ନୀ ରଚୟିତା ପ୍ରଧାନ, ପୁତ୍ର କ୍ରିଷିଭ ପ୍ରଧାନ,ବିଦ୍ୟାଳୟର ସମସ୍ତ ସହକର୍ମୀ, ପରିବାରବର୍ଗ, ବନ୍ଧୁ ବାନ୍ଧବ ଏବଂ ଗ୍ରାମବାସୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି Iସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
